BusinessDIstrictEducationEntertainmentNationOdishaPolitics

ଛାତ୍ରଛାତ୍ରୀ ପରସ୍ପରକୁ ସମ୍ମାନ ଦେଲେ ପୋଷ ଆଇନ ଲକ୍ଷ୍ୟ ସାଧନ ହେବ

ଭଞ୍ଜନଗର,୦୨/୮ : ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ପୋଷ ଆଇନ ତଥା ଅଭିଯୋଗ କମିଟି ପକ୍ଷରୁ ମହିଳାଙ୍କ କ୍ଷେତ୍ରରେ ଯୌନ ଉତ୍ପୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ଉପ ଜିଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ଥାନର ବିଶାଖା ଜଜ୍‌ମେଣ୍ଟ୍‌ ସଂର୍ପକରେ ସୂଚନା ଦେଇ ପୋଷ ଆଇନ କିଭଳି କାର୍ଯ୍ୟକାରୀ ହୋଇଥିଲା ସେ ସଂର୍ପକରେ କହିଥିଲେ।

ଏଥିସହ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟରେ ପୋଷ ଆଇନ କିଭଳି କଡାକଡି ଭାବେ ପାଳନ ହେବ ସେନେଇ କହିଥିଲେ। ଏଥିରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଡେପୁଟି କଲେକ୍ଟର ସୁମନ ଘୋଷ,ଅବସରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନସିକ ଦୃଢ ରଖିବା ସହ ଶୃଙ୍ଖଳା ପାଳନ କରିବାକୁ କହିଥିଲେ।ପ୍ରଶାସନିକ ଅଧିକାରୀ ବିଭାସ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆଇସିସି କମିଟିର ଅଧ୍ୟକ୍ଷା ତ୍ରିପ୍ତିମୟୀ ଦାସ ଆଇନର ଲକ୍ଷ୍ୟ ସମ୍ପର୍କରେ କହିଥିଲେ।

ବର୍ତ୍ତମାନ ମହିଳାଙ୍କ ସୁରକ୍ଷା ଏକ ବଡ ପ୍ରସଙ୍ଗ ପାଲଟିଥିବା ବେଳେ ଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ ଏଭଳି ପରିସ୍ଥିତିର ସାମ୍ନା କଲେ ନିଡର ହୋଇ କମିଟିକୁ ଜଣାଇବାକୁ କହିଥିଲେ। କମିଟି ମଧ୍ୟ ତାର କାର୍ଯ୍ୟ ସୂଚାରୁରୂପେ ସମ୍ପାଦନା କରିବା ସହ ଶକ୍ତିଶ୍ରୀ ସମେତ କିଛି ନୂଆଁ ନୀତି ନିୟମ ସଂର୍ପକରେ ଉପଜିଲାପାଳ ପ୍ରକାଶ କରିଥିଲେ। ଛାତ୍ରୀମାନେ ଅନୁଷ୍ଠାନରେ କିଛି ଅସୁବିଧାର ସମ୍ମୁଖିନ ହେଲେ ଅନଲାଇନ ପୋର୍ଟାଲ ମାଧ୍ୟମରେ ଅଭିଯୋଗ କରିବା ସଂର୍ପକରେ ସୂଚନା ଦେଇଥିଲେ।

ଉଭୟ ଛାତ୍ରଛାତ୍ରୀ ଏଦିଗରେ ସଚେତନ ରହି ପର ପରସ୍ପରକୁ ସମ୍ମାନ ଦେଲେ ପୋଷ ଆଇନ ଲକ୍ଷ୍ୟ ସାଧନ ହେବ ବୋଲି ଅତିଥି ମାନେ କହିଥିଲେ। ଏଥିରେ ସଦସ୍ୟା ସୁନିତା ରାଣୀ ଖଣ୍ଡୁଆଳ, ସ୍ମରଣିକା ପାଢ଼ୀ , ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ,ବିଦେଶୀ ରାଉତ, ଡ ରବିନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button