BusinessDIstrictEducationEntertainmentHealthMalkangiriNationOdishaPolitics

ଜୁନାପାଣିର ମସାଣିରେ ମତିଗାଁ ର ଲୋକ ହଳକରିବା ଘଟଣାକୁ କେନ୍ଦ୍ର କରି ଥାନାର ଦ୍ୱାରସସ୍ତ ହେଲେ ଗ୍ରାମବାସୀ।

ନବରଙ୍ଗପୁର, ୦୨/୦୮: ସୂଚନାପ୍ରକାରେ ଆଜି ଦିନ 12ଘଣ୍ଟା ସମୟରେ ଜୁନାପାଣି ଗ୍ରାମର ମସାଣିରେ ମତିଗାଁର ଜଗ ଭତ୍ରା,ମନଧର ଭତ୍ରା, ଧନସିଂ ଭତ୍ରା ଟ୍ରାକ୍ଟର ସାହାଯ୍ୟରେ ହଳ କରିବା ସମୟରେ ଜୁନାପାଣି ଗ୍ରାମର ଭୀମ ହରିଜନ ଏବଂ ଗ୍ରାମବାସି ଏବଂ ମହିଳା ମାନେ ମନା କରିବାରୁ ସେମାନେ ଜୁନାପାଣି ର ଗ୍ରାମବାସୀଙ୍କୁ ଘଣ୍ଡଗଲ କରିବା ସହ ଜୀବନରେ ମାରିବା ପାଇଁ ଧମକ ଦେଲେ। ଏହି ଘଟଣାକୁ କେନ୍ଦ୍ର କରି ଭୀମ ହରିଜନ ଏବଂ ଜୁନାପାଣି ଗ୍ରାମର ଗ୍ରାମବାସୀ ଥାନାର ଦ୍ୱାରସ୍ତ ହେଲେ ଏବଂ ଲିଖିତ ଭାବରେ ଥାନାରେ ଦେଲେ। ଏହି ଘଟଣା ପରେ ମତିଗାଁ ଗ୍ରାମରେ ଶତାଧିକ ମହିଳା ଏବଂ ପୁରୁଷ ଜୁନାପାଣି ଗ୍ରାମର ଗ୍ରାମବାସୀଙ୍କୁ ଗଣ୍ଡାଗଲ କରିବା ଉଦେଶ୍ୟରେ ଥାନାକୁ ଆସିଥିଲେ ଡାବୁଗାଁ ଥାନା ଅଧିକାରି ଏବଂ ପୋଲିସ କର୍ମଚାରୀ ମାନଙ୍କ ହସ୍ତକ୍ଷେପ ପରେ ପରେ ଉଭୟ ପକ୍ଷ ସମାଧାନ ପାଇଁ ରାଜି ହୋଇଥିବା ଜଣ ପଡିଛି। ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ଟି ଜଣାପଡିବ।

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button