
ପାରଳାଖେମୁଣ୍ଡି, ୨/୮: ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର କୃଷି ବିଜ୍ଞାନ ସ୍ନାତକ ଅନ୍ତିମବର୍ଷ ଛାତ୍ରଛାତ୍ରୀଙ୍କ ଦ୍ଵାରା ଗ୍ରାମୀଣ କୃଷି ଅଭିଜ୍ଞତା କାର୍ଯକ୍ରମ ପରିପ୍ରେକ୍ଷୀରେ ମାଛମରା ଠାରେ ଏକ କୃଷିମେଳା ଆୟୋଜିତ ହୋଇଯାଇଛି। ଏଥିରେ ଗୋଷାଣୀ ବ୍ଲକର ସହକାରୀ କୃଷି ଅଧିକାରୀ ମହେନ୍ଦ୍ର ପ୍ରସାଦ ପାଇକ ମୁଖ୍ୟଅତିଥି, ମାଛମରା ଏବଂ ଅଲଏଁ ବଞ୍ଜୀର ସରପଞ୍ଚ ତିରୁପତି ରାଓ,ଉପଲଡା ଏବଂ ର.ସୀତାପରୁ ସରପଞ୍ଚ ଦି. ତ୍ରିବେନି, ତୋଟାଗୁମୁଡ଼ା ସରପଞ୍ଚ ତ୍ରିଲୋଚନ ପଣ୍ଡା ଏବଂ କତଲକାଇଠା ସରପଞ୍ଚ ଲିଙ୍ଗରାଜ
ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଉଦ୍ୟାନ ବରିଷ୍ଠ ଅଧ୍ୟାପକ ଡ୍ର.ବେଣୁ ଗୋପାଳ କୃଷି ବିଭାଗର ପ୍ରାଧ୍ୟାପକ ଡ୍ର.ଚିନ୍ତାମଣି ପଣ୍ଡା, କୃଷି ସଂପ୍ରସାରଣ ବିଭାଗର . ସହକାରୀ ପ୍ରାଧ୍ୟାପକ ଡ. ବିଶ୍ୱଜିତ ସାହୁ, କୃଷି ବିଜ୍ଞାନ ଓ ବନକୃଷି ବିଭାଗର ସହକାରୀ ପ୍ରଧ୍ୟାପକ ଡ.ଶରତ କୁମାର, ଉଦ୍ୟାନ କୃଷି ବିଭାଗର ସହକାରୀ ପ୍ରଧ୍ୟାପିକା ଡ.ଭି.ତ୍ରିବେଣୀ ଏବଂ ସ୍ମାରୟିକା ମହାନ୍ତ, ରା୍ୱେ ପଥପ୍ରଦର୍ଶକ ଡ୍ର. ଉପାସନା ସାହୁ ଡ୍ର.ଆଭା ମହାରଣା, ଡ୍ର.ସମୀର ମହାପାତ୍ର ଏବଂ ଡ୍ର ଅଞ୍ଜନ ରୋଏ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃଷିମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, କୃଷି ସମ୍ପର୍କିତ ଯୋଜନା, ଆବେଦନ ପ୍ରକ୍ରିୟା, ଜୈବିକ କୃଷି, କୃଷି ସମ୍ପର୍କିତ ତଥ୍ୟ, ରୋଗପୋକ ନିୟନ୍ତ୍ରଣ ଆଦି ସମ୍ପର୍କରେ କୃଷକମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ | କାର୍ଯ୍ୟକ୍ରମରେ ମାଚ୍ଚମରା, ଆଲେନ ବଞ୍ଜୀର,ଉପଲଡା,
ତୋଟାଗୁମୁଣ୍ଡା, ର. ସୀତାପୁର, କଟଳକାଇଥା କୃଷକ ସାମିଲ ହୋଇଥିଲେ ।