BusinessDIstrictEducationEntertainmentHealthNationOdishaPolitics

ଗଜପତି ଜିଲ୍ଲା ଅଡବା ଡାକ୍ତରଖାନାରେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ଡାକ୍ତରଙ୍କ ୫ହଜାର ଟଙ୍କା ଦାବି ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ପାରଳାଖେମୁଣ୍ଡି,୨/୮: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ୫ ହଜାର ଟଙ୍କା ଦାବି କରୁଛନ୍ତି ବୋଲି ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଲାଞ୍ଚ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।
ଏନେଇ ଶୁକ୍ରବାର ଏକ ଅଭିଯୋଗପତ୍ର ଗଜପତି ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏଥିସହ ଅଞ୍ଚଳବାସୀ ଏହି ଅଭିଯୋଗପତ୍ର ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସାଧୁକାରୀ, ସ୍ବାସ୍ଥ୍ୟ ସଚିବ ଓ ନିର୍ଦେଶକ, ମୋହନା ବିଧାୟକ ଓ ବ୍ରହ୍ମପୁର ଏମ୍‌ପିଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି ।

ଅଡବା ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସମ୍ପୃକ୍ତ ଡାକ୍ତର ଜଣକ ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗୁଛନ୍ତି । ଆଶାକର୍ମୀଙ୍କ ମାଧ୍ୟମରେ ସେ ଏହି ଟଙ୍କା ମାଗୁଥିବା ଲୋକେ ଅଭିଯୋଗ କରିଛନ୍ତି। ଯିଏ ଟଙ୍କା ନ ଦେବେ ତାଙ୍କୁ ଦୁର୍ବ୍ଯବହାର କରିବା ସହ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରିଦେଉଛନ୍ତି ବୋଲି ଲୋକେ ଲିଖିତ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button