BusinessDistrictEducationEntertainmentHealthNationNawarangpurOdishaPolitics

ଗଛ ତଳେ ବିତୁଛି ଜୀବନ

ଗଛ ତଳେ ବିତୁଛି ଜୀବନ

ଲାଧା ଜନଜାତିଙ୍କ ପାଖରେ ପହଞ୍ଚୁ ପାରୁନି ପ୍ରଶାସନ

ମୋରଡ଼ା,1/8

ଲୋଧା ଜନଜାତି ଜାତିଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଥିବା ବେଳେ ପ୍ରଶ୍ନ ବେଳେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ଲୋକେ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାର ଜ୍ଵଳନ୍ତ ଉଦାହରଣ ଦେଖୁବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ।

ଏହି ବ୍ଲକ ଅଧୀନ ବରକନ୍ଦ ପଞ୍ଚାୟତ ଟିଆଁସି ଗ୍ରାମରେ ଲୋଧା ଜନଜାତିର ବିଧବା ମହିଳା ମୁନା ନାଏକ ବସବାସ କରନ୍ତି। ମୁଳା ଜୁଆଳିଭଙ୍ଗା ପଞ୍ଚାୟତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର କାଳିଆ ନାଏକଙ୍କୁ ବିବାହ କରିଥିଲେ। ଗତ ୩ ବର୍ଷ ତଳେ କୂଅରେ ପଡ଼ି କାଳିଆଙ୍କ ମୃତ୍ୟୁ ହେବା ପରେ ମୁନା ନିଜର ୪ ପିଲାଙ୍କୁ ଧରି ଟିଆଁସି ଗ୍ରାମର ଏକ ଭଙ୍ଗା ଘରେ ରହୁଥିଲେ। ଉକ୍ତ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବାରୁ କିଛି ମାସ ହେବ ଗଛ ତଳେ ଆଶ୍ରୟ ନେଇଛନ୍ତି। ତେବେ ବର୍ଷା, ପବନ

ଗଛତଳେ ପିଲାଙ୍କ ସହ ଅସହାୟ ମୁନା ନାଏକ । ହେଲେ ମୁନା ନିଜର ୪ ପିଲାଙ୍କୁ ଧରି ଅନ୍ୟ ଲୋକଙ୍କ ପିଣ୍ଡାରେ ମୁଣ୍ଡ ଗୁଞ୍ଜନ୍ତି। ମୁନା ବିଧବା ଭତ୍ତା ପାଇବାରୁ ବଞ୍ଚୁତ ହୋଇଥିବା ବେଳେ ରାଶନ ଚାଉଳ ମଧ୍ଯ ପାଉନାହାନ୍ତି।

ସ୍ଥାନୀୟ ଗ୍ରାମବାସୀ ତାଙ୍କ ପରିବାର ପାଇଁ ବେଳେବେଳେ ଖାଇବା ବ୍ୟବସ୍ଥା କରିଥାନ୍ତି। ଗୁଜୁରାଣ ମେଣ୍ଟାଇବାକୁ ମୁନା ସକ୍ଷମ ନ ଥିବାରୁ ୩ ପୁଅ ଏବଂ

ଗୋଟିଏ ଝିଅ ମଧ୍ୟ ପାଠ ପଢ଼ାରୁ ବଞ୍ଚୁତ।

ଦୀର୍ଘ ଦିନ ହେଲା ମୁନା ଏଭଳି ଦୟନୀୟ ଅବସ୍ଥା ଅବସ୍ଥାରେ ଦିନ କାଟୁଥିଲେ ମଧ୍ୟ ବ୍ଲକ କିମ୍ବା ଲୋଧା ଉନ୍ନୟନ ପ୍ରଶାସନର ନଜରକୁ ଆସି ନାହାନ୍ତି । ଲୋଧା ଜନଜାତିଙ୍କ ଙ୍କ ପାଇଁ ସ୍ବତନ୍ତ୍ର ଲୋଧା ଉନ୍ନୟନ ସଂସ୍ଥା *ସ୍ଥା ଥିଲେ ମଧ୍ୟ କେବଳ କାଗଜପତ୍ରରେ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସାମାଜିକ କର୍ମୀ ମୋହନ ଦାସ, ତାପସ ରଞ୍ଜନ ରାଉତ, ପୀତରଞ୍ଜନ ଜେନା, ଶୁଭକୁମାର ମହାନ୍ତ, ଅସିତ କୁମାର ବେହେରା ପ୍ରମୁଖ କହିଛନ୍ତି। ଏବାବଦରେ ମୋରଡ଼ା ବିଡିଓ ଅଣାକର ନାଏକଙ୍କୁ ପଚାରିବାରୁ ଅଧିକାରୀଙ୍କୁ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥୁବା କହିଛନ୍ତି। ସେହିପରି ଲୋଧା ଉନ୍ନୟନ ସଂସ୍ଥାର ସ୍ପେଶାଲ ଅଫିସର ଭବାନୀ ଶଙ୍କର ପାଢ଼ୀଙ୍କୁ ପଚାରିବାରୁ ଉକ୍ତ ଘଟଣା ତାଙ୍କ ନଜରରେ ଅଛି, ଯଥାଶୀଘ୍ର ମୁନାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button