
କୋଟିଆ, ୦୧/୦୮: କୋରାପୁଟ ଜିଲ୍ଲା ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ପଟାଙ୍ଗି ବ୍ଲକ କୋଟିଆ ଗସ୍ତ କରି ସ୍ଥିତି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। କୋଟିଆ ପଞ୍ଚାୟତର ନେରେଡିୱାଳସା,ତାଡି ୱାଲସା, ଉପର ସେମ୍ବି, ମାଡକାର, ଫାଟୁ ସିନେରି,ହରମାଣ୍ଡାଙ୍ଗି ଗ୍ରାମ ପରିଦର୍ଶନ କରିବା ସହ ଗାଁ ଲୋକଙ୍କ ସହିତ କଥା ହୋଇଥିଲେ ।
ଓଡ଼ିଶା ସରକାରଙ୍କ ଯୋଜନା ଗୁଡିକ ଲୋକଙ୍କ ନିକଟରେ କିଭଳି ପହଞ୍ଚି ପାରିଛି ସେ ବିଷୟରେ ଅନୁଧ୍ୟାନ କରିଥିଲେ ।ଲୋକଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ଲୋକଙ୍କ କଣ ସବୁ ସମସ୍ୟା ରହିଛି ପଚାରି ବୁଝିଥିଲେ। ଆସନ୍ତା ୯ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ଶୁଣିବାକୁ ମିଳୁଛି ।
କୋଟିଆ ପଞ୍ଚାୟତର ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ କିଛି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ବାବଦରେ ସହାୟତା ବଣ୍ଟନ କରିବେ ବୋଲି ଶୁଣିବାକୁ ମିଳୁଛି ।
କୋଟିଆ ସୀମାରେ ବାରମ୍ବାର ଅନୁପ୍ରବେଶ କରି ଆନ୍ଧ୍ର ପକ୍ଷରୁ ବିବାଦ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି ।ଏହାକୁ ରୋକିବା ସକାଶେ ଓଡ଼ିଶା ସରକାରଙ୍କ ପକ୍ଷରୁ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଜିଲ୍ଲା ପ୍ରଶାସନ ଦ୍ବାରା କାର୍ଯ୍ୟକାରି କରାଯାଉଛି ।
ଲୋକେ କିଭଳି ଓଡ଼ିଆ ଭାଷା ଓ ଓଡ଼ିଶା ପ୍ରତି ଅଧିକ ପ୍ରୀତି ରଖିବେ ସେଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରବିଛିନ ଉଦ୍ୟମ ଜାରି ରଖାଯାଇଛି ।
ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସହ ପ୍ରବେସେନରି ଆଈଏଏସ ସନ୍ତୋଷ କୁମାର ପାତ୍ର ,ଜିଲ୍ଲା ଉନ୍ନୟନ ଅଧିକାରୀ,କୋରାପୁଟ ଉପ ଜିଲ୍ଲାପାଳ,ପଟାଙ୍ଗି ବିଡ଼ିଓ,ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଗସ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।