BusinessDIstrictEducationNationNawarangpurOdishaPolitics

ତେନ୍ତୁଳୀଖୁଣ୍ଟି ବିଦ୍ୟୁତ ବିଭାଗର କାମଖିଆଲି ଯୋଗୁଁ ଗ୍ରାମାଞ୍ଚଳରେ ବିଦ୍ୟୁତ ବିଭ୍ରାଟ*

ନବରଙ୍ଗପୁର, ୩୧/୦୭: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ଗ୍ରାମାଞ୍ଚଳରେ 4ମାସ ହେବ ବିଦ୍ୟୁତ ସପ୍ଲାଇ ଠିକ୍ ଭାବେ ରହୁନାହିଁ ବିଦ୍ୟୁତ ବିଭାଗ ର ଲୁଚକାଳୀ ଖେଳ ଯୋଗୁଁ ଗ୍ରାମାଞ୍ଚଳରେ ଥିବା ଗ୍ରାମ ଗୁଡିକରେ ଜନସାଧାରଣ ପ୍ରତ୍ୟକ ଦିନ ରାତିରେ ଅଘଷିତ ବିଦ୍ୟୁତ କାଟ ହେଉଥିବାରୁ ଲୋକେ ଅନ୍ଧାର ରେ ରହୁଛନ୍ତି | ନୂତନ ଭାବେ ଯୋଗ ଦେଇଥିବା ଯନ୍ତ୍ରୀଙ୍କ କାମଖିଆଲି ମନଭାବ ଯୋଗୁଁ ବିଭାଗୀୟ କର୍ମଚାରୀ ମାନେ ଠିକ୍ ରୂପେ କାର୍ଯ୍ୟ କରୁନ ଥିବା ଯୋଗୁଁ ବିଦ୍ୟୁତ ସପ୍ଲାଇ ରେ ବ୍ୟାଘତ ହେଉଥିବା ର ଦେଖିବାକୁ ମିଳୁଛି

ପ୍ରକାଶଥାଉକି, ଅଞ୍ଚଳଗୁମା ପଞ୍ଚାୟତ ର ବାଗନାଗୁଡା, କୁସୁମି, ବଡତାରାଗୁଡା, ସାନତାରାଗୁଡା, ଭିମାଗୁଡା, ଭରଣପୁର ମାଳିଗୁଡ଼ା, କଙ୍ଗ୍ରା, କାମତା ଆଦି ଗ୍ରାମ ଗୁଡିକରେ ଆଜକୁ 4 ମାସ ହେଲା ରାତି କିମ୍ଵା ଦିନ ରେ ଠିକ୍ ଭାବରେ କରେଣ୍ଟ ସପ୍ଲାଇ ରହୁନଥିବା ଦେଖିବାକୁ ମିଳୁଛି | ସ୍ଥାନୀୟ ବାସିନ୍ଦାମାନେ ବ୍ଲକ ଓ ଜିଲ୍ଲା ପ୍ରଶାସନ ସହ ଅନେକଥର ଅନୁରୋଧ କରିଥିଲେ ମଧ୍ୟ ଏପର୍ଯ୍ଯନ୍ତ କୌଣସି ସଠିକ୍ ପଦକ୍ଷେପ ନିଆଯାଇନାହିଁ | ବିଭାଗୀୟ ଅଧିକାରୀମାନେ ଅନୁରୋଧକୁ ଅଣଦେଖା କରି ତଦାନୁଗତ କାଯ୍ୟ କରିବାରେ ବିଫଳ ହେଉଛନ୍ତି | ଅଞ୍ଚଳବାସୀ ଦାବି କରୁଛନ୍ତି ଯେ, ବିଦ୍ୟୁତ ବିଭାଗର ଏହି ଅସଚେତନତା ଓ ଅବ୍ୟବସ୍ଥା ଉପରେ ତୁରନ୍ତ ପ୍ରଶାସନୀୟ ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ |

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button