BusinessDIstrictEducationEntertainmentHealthNationOdisha

ଗଜପତିରେ ଓଲଟିଲା ମାକ୍ସ ପିକଅପ୍, ୪ ଗୁରୁତର

ପାରଳାଖେମୁଣ୍ଡି,୩୦/୭:ଗଜପତି ଜିଲ୍ଲାର ରା.ଉଦୟଗିରି ଥାନା ଅନ୍ତର୍ଗତ ନୂଆଗଡ ବ୍ଲକ ଅନୁଗୁରୁ ଗ୍ରାମରୁ ହାଟ ସାରି ଫେରୁଥିବା ବେଳେ ଏକ ମାକ୍ସ ପିକଅପ (ହାଟ ଗାଡି) ସାରଳାପଦର ବ୍ରିଜ ନିକଟସ୍ଥ ଚଡିଆପଦା ଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଛି| ଅପରପଟରୁ ଦ୍ରୁତଗତିରେ ଆସୁଥିବା ଏକ ସ୍ଫୁଟିକୁ ସାଇଡ ଦେବାକୁ ଯାଇ ଏଭଳି ଦୁର୍ଘଟଣା ଘଟିଛି। ଫଳରେ ଗାଡିରେ ବସିଥିବା ୬ଜଣ ହାଟ ବ୍ୟବସାୟୀ ଆହତ ହୋଇଥିବା ବେଳେ ଏଥିରୁ ୪ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ମାନେ ହେଲେ ରା.ଉଦୟଗିରିର ପୂର୍ଣ୍ଣବାସୀ ସାହୁ ଓ ଶୁଟୁ ବେହେରା, ଛେଳିଗଡର ସିରି କୁମାର, ତାଣ୍ଡିଗୁଡାର କୃତାଞ୍ଜଳି କରାଡ ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ରା.ଉଦୟଗିରିର ବଳରାମ ସାହୁ ଓ ଗଞ୍ଜାମର ଲକ୍ଷ୍ମଣ ବଳିଆରସିଂଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button