BusinessDIstrictHealthKoraputNationOdisha

ସେମିଳିଗୁଡ଼ା ବସଷ୍ଟାଣ୍ଡ ଠିକାଦାରର କାମ ଢିଲା ହେବାରୁ ଦୁକାନ ମାଲିକଙ୍କ ମଧ୍ୟରେ ଅସନ୍ତୋଷ।

ସେମିଳିଗୁଡ଼ା, ୩୧/୦୭: କୋରାପୁଟ ଜିଲ୍ଲା ସୁନାବେଡ଼ା ମୁନିସିପାଲିଟି ସେମିଳିଗୁଡ଼ା ବସଷ୍ଟାଣ୍ଡରେ ଚାଲିଥିବା କଂକ୍ରିଟ କାମ ଦୀର୍ଘ ଦୁଇ ମାସ ହେବା ସତ୍ତ୍ୱେ ଅଧୂରା ରହିଛି। ଏହି ମନମୁଖୀ ଓ ଢିଲା ଗତିର କାର୍ଯ୍ୟ ପ୍ରତି ଅସନ୍ତୋଷ ଜଣାଇଛନ୍ତି ଏଠାରେ ବ୍ୟବସାୟ କରୁଥିବା ଭଡ଼ାଟିଆ ଦୁକାନ ମାଲିକମାନେ।

ଏକାଧିକ ବେଳେ ଠିକାଦାର ଓ ସମ୍ପର୍କିତ ଅଧିକାରୀଙ୍କୁ ଅବଗତ କରାଯିବା ବାବଜୁଦ୍ ଏଥିରେ କୌଣସି ପ୍ରତିକ୍ରିୟା ମିଳିନାହିଁ ବୋଲି ବେପାରୀମାନେ ଅଭିଯୋଗ କରିଛନ୍ତି। ଏହି ପରିସ୍ଥିତିରେ ସେମାନେ ଗଣମାଧ୍ୟମକୁ ଡାକି ନିଜର ମନୋଭାବ ପ୍ରକାଶ କରିଛନ୍ତି।ଏହି ଅଭିଯୋଗ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ସୁନାବେଡ଼ା ମୁନିସିପାଲିଟି ଅଧିକାରୀ ଏକଜୁଟ ଅଫିସ୍ ଓ ଅଧ୍ୟକ୍ଷ ଡଃ ରାଜେନ୍ଦ୍ର କୁମାର ପାତ୍ର ଉପାଧ୍ୟକ୍ଷା ରିତୁ କଣ୍ଟାଙ୍କ ମତାମତ ନେବାକୁ ଯାଇଥିଲେ ମଧ୍ୟ କାହାକୁ ଅଫିସ୍‌ରେ ମିଳୁନାହିଁ।

ଏପରିସ୍ଥିତିରେ ବେପାରୀମାନେ କହିଛନ୍ତି, ଆମେ ଦୁଇମାସର ଭାଡ଼ା ଟଙ୍କା ମୁନିସିପାଲିଟି ଅଫିସରେ ଦେଉଛୁ, ତଥାପି କାମ ଅଧୂରା ଥିବାରୁ ମାଲିକ ମାନେ ଦୁଃଖଦ। ଯଦି ୧୫ରୁ ୨୦ ଦିନ ମଧ୍ୟରେ ଏହି କାମ ସମ୍ପୂର୍ଣ୍ଣ ହେବନି ତେବେ କି ସ୍ଥାନୀୟ ସୁନାବେଡ଼ା ମୁନିସିପାଲିଟି ପ୍ରଶାସନ କି ଜିଲ୍ଲା ପ୍ରଶାସନ ଜଦି ତୁରନ୍ତ ଦୃଷ୍ଟି ଦେବେ ନାହିଁ

ତାହାହେଲେ ଆମେ ଆନ୍ଦୋଳନରେ ବସିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button