Education

ଡାବୁଗାଁ ସାପ୍ତାହିକ ହାଟ ପରିସରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ହାଟରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଡାବୁଗାଁ,31/7

ଡାବୁଗାଁରେ ସପ୍ତାହର ପ୍ରତି ଗୁରୁବାର ଦିନ ସାପ୍ତାହିକ

ହାଟ ବସିଥାଏ। ଏଠାକୁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସହ ନବରଙ୍ଗପୁର ଓ ଉମରକୋଟ ଅଞ୍ଚଳର ବେପାରୀମାନେ ଆସିଥାନ୍ତି | କିନ୍ତୁ କିନ୍ତୁ ସାପ୍ତାହିକ ସାପ୍ତାହିକ ହାଟ ହା ସଫେଇ ହେଉ ନଥିବାରୁ ହାଟ ବସୁଥିବା ପରିସରରେ କୁଢ଼କୁଢ଼ ଆବର୍ଜନା ପ ପଡ଼ି ରହିଛି। ସ୍ଥାନୀୟ ପ୍ରଶାସନ କିମ୍ବା ପଞ୍ଚାୟତ ତରଫରୁ ଏହାକୁ ସଫେଇ କରିବା ฉาฉั ଦୃଷ୍ଟି ଦିଆଯାଉ ନାହିଁ। ପୂର୍ବରୁ ଡାବୁଗାଁ ପଞ୍ଚାୟତରେ ଏହି ହାଟ ଥିବ ଥିବା ବେଳେ ନୂତନ ଭାବେ ଡାବୁଗାଁ ପଞ୍ଚାୟତରୁ ଭାଗ ହୋଇ ଡଙ୍ଗରିଗୁଡ଼ା । ପଞ୍ଚାୟତ ହୋଇଛି। ଏଠାରେ ପଞ୍ଚାୟତ ତରଫରୁ ରାଜସ୍ବ ଆଦାୟ ହେଉଥିଲେ ସୁଦ୍ଧା ସ୍ବଚ୍ଛ ପରିବେଶ ଓ ପରିମଳ ଉପରେ କେହି ଗୁରୁତ୍ବ ଦେଉ ନାହାନ୍ତି । ସାପ୍ତାହିକ ହାଟ ପରିସରରେ ଥିବା ନଳକୂଆ ଉପରେ ହାଟକୁ ଆସୁଥିବା ଲୋକେ ତଥା ବ୍ୟବସାୟୀ ନିର୍ଭର କରୁଥିବା ବେଳେ ନଳକୂଅ ଚତୁପାର୍ଶ୍ଵରେ କୁଢ଼କୁଢ଼ ଆବର୍ଜନା ଭତ୍ତ ହୋଇ ରହିଛି । ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ସେଠାରେ ପାଣି ଜମି ରହୁଛି । ତେଣୁ ଏହି ରାସ୍ତା ଦେଇ ହାଟପଦା ସାହି ବାସିନ୍ଦା ଯାତାୟାତ କରୁଛନ୍ତି। ୟୀମାନେ

ତେବେ ଅନ୍ୟ ଉପାୟ ନ ପାଇ ଲୋକେ ଏହି ଦୂଷିତ ପାଣି ବ୍ୟବହାର କରୁଛନ୍ତି। କର ସାପ୍ତାହିକ ହାଟ ଚତୁପାର୍ଶ୍ବରେ କୁଡ଼କୁଡ଼ ଆବର୍ଜନା ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସାପ୍ତାହିକ ହାଟ ପରିସରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି ହୋଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button