Education

ଦରମ। ପାପଡାହାଣ୍ଡି ଚାକିରି ମୁଖ୍ୟ ଜିଲ୍ଲା କୃଷି କାର୍ଯ୍ୟାଳୟ

ଦରମା ପାପଡ଼ାହାଣ୍ଡିରେ, ଚାକିରି ମୁଖ୍ୟ ଜିଲ୍ଲା କୃଷି କାର୍ଯ୍ୟାଳୟରେ

ପାପଡ଼ାହାଣ୍ଡି,31/7: ପାପଡ଼ାହାଣ୍ଡି କୃଷି କାର୍ଯ୍ୟାଳୟରେ ବ୍ଲକ କୃଷି ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ ଦୁଇଜଣ ସହକାରୀ କୃଷି ଅଧିକାରୀଙ୍କ ଦ୍ବାରା ସମସ୍ତ କାର୍ଯ୍ୟ ପରିଚାଳିତ ହେଉଛି ପାପଡ଼ାହାଣ୍ଡିରେ ବ୍ଲକ କୃଷି ଅଧିକାରୀଙ୍କୁ ୬ ମାସ ପୂର୍ବରୁ ନିଯୁକ୍ତି ଦିଆଯାଇଛି। ହେଲେ ସେ ଡେପୁଟେସନରେ ନବରଙ୍ଗପୁର ମୁଖ୍ୟ ଜିଲ୍ଲା କୃଷି କାର୍ଯ୍ୟାଳୟରେ କାମ କରୁଥିବା ଜଣାପଡ଼ିଛି। ସମ୍ପୃକ୍ତ ଅଧିକାରୀ ଜଣଙ୍କ ପାପଡ଼ାହାଣ୍ଡିରେ ନିଯୁକ୍ତି ପାଇ ଦରମା ପାଉଥିବା ବେଳେ ନବରଙ୍ଗପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାମ କରୁଛନ୍ତି । ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି।

ପାପଡ଼ାହାଣ୍ଡି କୃଷି କାର୍ଯ୍ୟାଳୟ ଜଣେ ବ୍ଲକ କୃଷି ଅଧିକାରୀ ଏବଂ ଦୁଇଜଣ ସହକାରୀ କୃଷି ଅଧିକାରୀଙ୍କୁ ନେଇ ପରିଚାଳିତ ହେଉଛି। ହେଲେ ଦୁଃଖର ବିଷୟ ୬ ମାସ ପୂର୍ବରୁ ପାପଡ଼ାହାଣ୍ଡି କୃଷି କାର୍ଯ୍ୟାଳୟରେ ବ୍ଲକ କୃଷି ଅଧିକାରୀ ଭାବରେ ନିଯୁକ୍ତି ପାଇଥିବା ଅଧିକାରୀଙ୍କୁ ନବରଙ୍ଗପୁର ମୁଖ୍ୟ ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଡେପୁଟେସନରେ ନିଆଯାଇଛି। ଫଳରେ ସମ୍ପୃକ୍ତ ଅଧିକାରୀ ଜଣଙ୍କ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ରହି କାର୍ଯ୍ୟ ତୁଲାଉଥିବା ବେଳେ ପାପଡ଼ାହାଣ୍ଡି କାର୍ଯ୍ୟାଳୟକୁ ଆସୁନାହାନ୍ତି | ତେଣୁ ଦୁଇଜଣ ସହକାରୀ କୃଷି ଅଧିକାରୀଙ୍କୁ ସମସ୍ତ ଦାୟିତ୍ବ ତୁଲାଇବାକୁ ପଡୁଛି । କୃଷି ଅଧିକାରୀ ନଥିବା ଯୋଗୁଁ ଚାଷୀମାନଙ୍କ ସମସ୍ୟାର ସମାଧାନ ହେବାରେ ବିଳମ୍ବ ହେଉଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ପାପଡ଼ାହାଣ୍ଡି କୃଷି କାର୍ଯ୍ୟାଳୟରେ ସ୍ଥାୟୀ କୃଷି ଅଧିକାରୀ ନିଯୁକ୍ତି ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button