ହାଟ ବ୍ୟବସାୟି ଙ୍କ ବୁଡ଼ାଇ ଦେଲ। ସପିଂ ମଲ
ହାଟ ବ୍ୟବସାୟକୁ ବୁଡ଼ାଇ ଦେଲା ସପିଂ ମଲ୍
ପୂର୍ବ ଭଳି କିଣାବିକା ନାହିଁ, ଲୋପ ପାଇଗଲା ଅଦଳବଦଳ ପରମ୍ପରା
ନବରଙ୍ଗପୁର, 31/7: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସାପ୍ତହିକ ହାଟ ମଧ୍ୟରେ ନବରଙ୍ଗପୁରର ସ୍ଥାନ ପ୍ରଥମ ଥିଲା। ପ୍ରାୟ ୨୦ ଏକର ପରିଧି ଅଞ୍ଚଳରେ ହାଟ ବସୁଥିଲା | ପ୍ରତି ସୋମବାର ବସୁଥିବା ହାଟ ଲୋକଙ୍କ ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣ କରୁଥିଲା ପନିପରିବାଠୁ ଆରମ୍ଭ କରି ଘରକରଣା, ପୋଷାକପତ୍ର, ଜଙ୍ଗଲଜାତ ଦ୍ରବ୍ୟ, ଗୋରୁ, ଛେଳି ଓ ଦେଶୀ କୁକୁଡ଼ା ସବୁ କିଛି ପାଇଁ ହାଟ ହିଁ ମାଧ୍ୟମ ଥିଲା। ବଜାରରେ ମାଳ ମାଳ ସପିଂ ମଲ୍, ଅନଲାଇନ୍ ମାର୍କେଟିଂ ଓ ଡିଜିଟାଲ୍ ବଜାରରେ ଅଫରର ପ୍ରଭାବ ହାଟ ବ୍ୟବସାୟକୁ ବୁଡ଼ାଇ ଦେଲା। ଗ୍ରାମାଞ୍ଚଳ ଓ ସହରରେ ଦୋକାନ ବଜାର ଖୋଲିବା ପରେ ହାଟ ଚାହିଦା କମିବା ସହିତ ଅଦଳ ବଦଳ ପ୍ରକ୍ରିୟା ସମ୍ପୂର୍ଣ୍ଣ ଲୋପ ପାଇଗଲା।
ହାଟ ବସୁଥିବା ଆଖପାଖ ଗ୍ରାମର ଚାଷୀ ଉତ୍ପାଦିତ ସାମଗ୍ରୀ, ଆଦିବାସୀ ସଂପ୍ରଦାୟର ଲୋକ ନିଜ କୌଳିକ ବୃତ୍ତାରୁ ପ୍ରସ୍ତୁତ କରୁଥିବା ସାମଗ୍ରୀକୁ ନେଇ ହାଟକୁ ବିକ୍ରି ପାଇଁ ଆସୁଥିଲେ। ପାଖରେ ପଇସା ନଥିଲେ ନିଜ ଆବଶ୍ୟକତା ଅନୁଯାୟୀ ହାଟରେ ବିଭିନ୍ନ ଜିନିଷ ଅଦଳ ବଦଳରେ ନେଉଥିଲେ | କିଛି ଗ୍ରାମାଞ୍ଚଳରେ ବସୁଥିବା ହାଟକୁ ଛାଡ଼ିଲେ ଅଧିକାଂଶ ଅଞ୍ଚଳରେ ଅଦଳ ବଦଳ ପ୍ରକ୍ରିୟା ଏବେ ଇତିହାସ ପାଲଟି ଯାଇଛି। ପୂର୍ବରୁ ନବରଙ୍ଗପୁର ନୂଆ ବସଷ୍ଟାଣ୍ଡରୁ ଆରମ୍ଭ କରି ପାର୍କ,
କୃଷକ ବଜାର, ଏଲ୍ଆଇସି କାର୍ଯ୍ୟାଳୟ ଯାଏଁ ସାପ୍ତାହିକ ହାଟ ବସୁଥିଲା। ପରବର୍ତ୍ତୀ ସମୟରେ ହାଟ ଇଛାବତୀଗୁଡ଼ା, ଭାଟିଶାଳଗୁଡ଼ାକୁ ସ୍ଥାନାନ୍ତର ହୋଇଥିଲା। ନିକଟରେ ବିରାଟ ଆମ୍ବତୋଟା ମଧ୍ୟରେ ବସୁଥିବା ହାଟରେ କୌଣସି ସାମଗ୍ରୀର ଅଭାବ ନଥିଲା। ଟାଙ୍ଗିଆ, କାତି, ଦାଆ, ଖୋସଣି,
କୋଦାଳ, ପଥର ଶୀଳ, ଛାତୋଡ଼ି, ତଲାରି, ମାଛ ଧରିବା ଧାନ୍ଦର, ଚାଙ୍ଗୁଡ଼ି, ପ୍ଲାଷ୍ଟିକ, ଚୁଡ଼ି, ମାଳି, କାଠ ପାନିଆ, ଲାଲ ରିବନ୍, ଆଲୁମିନୟମ୍ ବାସନ କୁସନ, ମାଟିରେ ନିର୍ମିତ ସାମଗ୍ରୀ ବିକ୍ରି ହେଉଥିଲା ହାଟରେ ହାଟ ଶେଷ ମୁଣ୍ଡରେ ଗୋରୁ ହାଟ ରହୁଥିଲା ଗାଈଗୋରୁ, ମଇଁଷି ସହ ଛେଳି, କୁକୁଡ଼ା ଭଳି ଅନେକ ଗୃହପାଳିତ ପ୍ରାଣୀ ବିକ୍ରି ହେଉଥିଲା।
ଆମିଷ ବଜାରରେ ମାଛଠୁ ଆରମ୍ଭ କରି ଶୁଖୁଆ ପର୍ଯ୍ୟନ୍ତ ବିକ୍ରି ହେଉଥିଲା। ସେହିପରି ଖଜା, ପିଠା ମିଠା, ଝିଲାପି, ଚୁଡ଼ା, କେନ୍ଦୁ ଭଳି ଜଙ୍ଗଲଜାତ ଦ୍ରବ ବିକ୍ରି ହେଉଥିଲା | ପେଣ୍ଡମ, ଲାନ୍ଦା, ସଲପର ମଧ୍ୟ ହାଟରେ ସ୍ବତନ୍ତ୍ର ବ୍ୟବସାୟ ଥିଲା। ବିଭିନ୍ନ ଗ୍ରାମ ଆସିଥିବା ଭତରା, ଅମନାତ୍ୟ, ରଣା, ମାଳି, ଭୂମିଆ
ପରଜା ସମ୍ପ୍ରଦାୟର ଲୋକ କିଣାବିକା ସମୟଟେ ନିଜ ପୁଅ, ଝିଅ ପାଇଁ ହାଟରେ ବର କନିଆ ମଧ୍ୟ ଖୋଜୁଥିଲେ | ଅନଲାଇନ୍ ମାର୍କେଟ ସହ ସିଫ ମଲଟ ପ୍ରଭାବ କାରଣରୁ ଏବେ ହାଟ ବସୁଥିଲେ ମଧ୍ୟ ପୂର୍ବ ଭଳି ଆଉ ବ୍ୟବସାୟ କି ଚାହିଦା ନାହିଁ। ଶହ ଶ ବ୍ୟବସାୟୀଙ୍କ ସ୍ଥାନରେ ହାତ ଗଣତି ୨୦/୩୮ ଜଣଙ୍କୁ ନେଇ ନବରଙ୍ଗପୁର ହାଟ ଚାଲିଛି ।