Education

ନିର୍ମାଣ ଦିନ କ ପରେ ଉଠିଲା ପିଚୁ

ନିର୍ମାଣର ଦିନକ ପରେ ଉଠିଗଲା ପିଚୁ

 

କୋଷାଗୁମୁଡା /କୋଡ଼ିଙ୍ଗା,ତ।31/7: କୋଷାଗୁମୁଡା-କଟାଗାଁ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଛି। ତେଣୁ ନିର୍ମାଣର ଦିନକ ପରେ ରାସ୍ତାରୁ ପିଚୁ ଉଠିଯାଇଛି| ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ଏହି ୨୫କିମି ରାସ୍ତା କାମର ଟେଣ୍ଡର ବିଏସ୍ଏସ୍ କଂପାନି ପାଇଛି। ତେବେ କଂପାନି ପାଇଁ ଛତିଶଗଡ଼ର ଠିକାଦାର ଆରିଫ ପଟେଲ କାମ କରୁଥିଲେ । କାମର ଅଟକଳ ମୂଲ୍ୟ ୫୯କୋଟି ଟଙ୍କା ବୋଲି ଜଣାପଡ଼ିଛି। ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ଅତ୍ୟନ୍ତ ନିମ୍ନମାନର ପିଚୁ ରାସ୍ତାରେ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଲୋକଙ୍କ କହିବା ହେଲା, ପୂର୍ତ୍ତ ବିଭାଗର ଜଣେ ଯନ୍ତ୍ରୀ ଝାରକୋଣ୍ଡାପୁରୀ ଗ୍ରାମ ନିକଟରେ

 

୨୦୦ଶହ ମିଟର ରାସ୍ତାରେ ଗତକାଲି ରାତିରେ ପିଚୁ ପକାଇଥିଲେ | ତେବେ ସେହି ସମୟରେ ବର୍ଷା

 

ହେଉଥିଲେ ବି ଧ୍ୟାନ ଦେଇନଥିଲେ । ରାତାରାତି ପିଚୁ ପକାଇବା ପରେ ମେସିନ୍ ନେଇ ଯାଇଥିଲେ।

 

ରାତିରେ ପିଚୁ ପଡ଼ିଥିବା ନେଇ ଗ୍ରାମବାସୀ ଆଦୌ ଜାଣିନଥିଲେ। ଆଜି ସକାଳୁ ଦେଖିଲା ବେଳକୁ ରାସ୍ତାରୁ ପରସ୍ତ ପରସ୍ତ ହୋଇ ପିଚୁ ଉଠିଯାଇ ରାସ୍ତା ପୂର୍ବ ସ୍ଥିତିକୁ ଆସିଯାଇଛି। ଗୋଟିଏ ଦିନରେ ଯଦି ଏଭଳି ଅବସ୍ଥା ତେବେ ଏହି ରାସ୍ତା କେତେ ଦିନ ଚଳାଚଳ ଯୋଗ୍ୟ ହୋଇ ରହିବ ବୋଲି ପ୍ରଶ୍ନ ଉଠିଛି। ପୂର୍ବରୁ ବି ନିମ୍ନମାନର କାମକୁ ନେଇ ଗ୍ରାମବାସୀ ଅଭିଯୋଗ କରିଥିବା କହିଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ହରେକୃଷ୍ଣ ରାଉତଙ୍କୁ ଯୋଗାଯୋଗ କରିବାରୁ ଫୋନ୍ ଉଠାଇ ନଥିଲେ । ଠିକାଦାରଙ୍କୁ ସୁହାଇଲା ଭଳି କାର୍ଯ୍ୟ କରାଯାଉଛି ବୋଲି ମୋତିଗାଁ ସମିତିସଭ୍ୟ ତ୍ରିଲୋଚନ ଧାକଡ ଅଭିଯୋଗ କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button