BusinessDIstrictEducationEntertainmentNationOdishaPolitics

ସେମଲା କ୍ଲୋଷ୍ଟର ର ବିଭିନ୍ନ ବିଦ୍ୟାଳୟ ରେ ଶିକ୍ଷକ ଓ ଅଭିଵାବକ ବୈଠକରେ ସିଏରସିସିଙ୍କ ପରିଦର୍ଶନ

ନବରଙ୍ଗପୁର, ୩୦/୦୭: ପାପଡ଼ା ହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ଭଇରା ପୂଜାରୀଗୁଡ଼ା, ଡୁମୁରିପଦର ,ଏବଂ ସେମଳା ବିଦ୍ୟାଳୟରେ ଯୋଗଦାନ କରି ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଉପସ୍ଥିତିରେ ଶିକ୍ଷକ ଓ ଅଭିଭାବକଙ୍କ ଯୋଗଦାନ ରେ ସି.ଆର.ସି.ସି .ବାବୁଲାଲ ସାଗର ତରଫରୁ ପିତାମାତା ଓ ଶିକ୍ଷକ ସହ ବିଭିନ୍ନ ଏଜେଣ୍ଡା ଆଧାରରେ ସୂଚ଼ନା ଦେବା ସହ ଓ ଆଲୋଚନା କରିଥିଲେ । ଶିକ୍ଷକ ଏବଂ ଅଭିଭାବକ ସହ ଆଲୋଚନା ରେ ପିଲାଙ୍କ ପାଠପଢ଼ା ର ଅଗ୍ରଗତି ପାଇଁ ପିତାମାତାଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ବାବଦରେ ଆଲୋଚ଼ନାକରିଥିଲେ ସି.ଆର.ସି.ସି .ତରଫରୁ ଅଭିଭାବକ ଓ ଶିକ୍ଷକ ବୈଠକରେ ଯୋଗଦାନ କରି ପ୍ରେରଣା ଦାୟକ ବାର୍ତ୍ତାକୁ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ମହଲରେ ସନ୍ତୋଷ ବ୍ୟକ୍ତ କରି ଏଭଳି କର୍ମ ତତ୍ପରତା ମାଧ୍ୟମରେ କାର୍ଯ୍ୟକୁ ସଫଳତା ରୂପରେଖ ଦେବା ପ୍ରୟାସ କୁ ଜାରି ରଖିବା ପାଇଁ ପ୍ରଶଂସା ବ୍ୟକ୍ତ କରିଥିଲେ।ସମସ୍ତ କାର୍ଯ୍ୟକ୍ରମ ସରକାରୀ ଗାଇଡ଼ ଲାଇନ ଅନୁସାରେ ହୋଇ ଥିଲା।

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button