BusinessDIstrictEducationEntertainmentHealthNationOdishaPolitics

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷଣ ଶିବିର

ଭଞ୍ଜନଗର,୩୦/୭ : ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ତଥା ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ବ୍ଳକ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥଙ୍କ ପୌରହିତ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ରଥ,ଏବିଇଓ ସୂର୍ଯ୍ୟ ନାୟକ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟରେ ପାଠ ପଢୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅଭିଭାବକଙ୍କ ସହ ଏହି ଶିବିରରେ ସାମିଲ ହୋଇଥିଲେ। ଏହି ଶିବିରରେ ୬୪ ଜଣ ମସ୍ତିଷ୍କ ପକ୍ଷାଘାତ,୧୪ ଜଣ ଶ୍ରବଣ ବାଧିତ ଓ ୧୦ ଜଣ ସ୍ୱଳ୍ପ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ପଞ୍ଜିକୃତ କରି ଆବଶ୍ୟକ ଉପକରଣ ପାଇଁ ନାମ ଲେଖାଇଥିବା ଶିକ୍ଷକ ଚିନ୍ମୟ ଦାସ ସୂଚନା ଦେଇଛନ୍ତି। ଏହାକୁ ସମ୍ବଳ ଶିକ୍ଷକ,ୟୁବି ହାଇସ୍କୁଲର ସମସ୍ତ ଶିକ୍ଷକ ଓ ସମସ୍ତ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଛାସେବୀ ପରିଚାଳନା କରିଥିଲେ। ଜିଲ୍ଲାରୁ ଆସିଥିବା ସମ୍ବଳ ଶିକ୍ଷକ ଏମ. ଡମ୍ବରୁ ଦୋରା ଓ ହେମନ୍ତ କୁମାର ନନ୍ଦ,ଡାକ୍ତର ଓ ସମ୍ବଳକ କର୍ମୀ ଛାତ୍ରଛାତ୍ରୀଙ୍କ ପରୀକ୍ଷଣ କରିଥିଲେ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button