
ଭଞ୍ଜନଗର,୩୦/୭ : ଭଞ୍ଜନଗର ଥାନା ଅଧିନ ଡହ ରାସ୍ତାରେ ବୁଧବାର ପୂର୍ବାହ୍ନ ସମୟରେ ଦୁଇଟି ବାଇକ ମଧ୍ୟରେ ଧକ୍କା ହେବା ଫଳରେ ୨ ଚାଳକ ଆହତ ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ବୁଗୁଡା ଥାନାର କନଷ୍ଟେବଲ ଖମାରେଡି ଗ୍ରାମର ଧ୍ରୁବ
ସ୍ବାଇଁ ଗ୍ରାମରୁ ଥାନାକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବଡକୋଦଣ୍ଡାର ପପୁ ଗୌଡ଼ ସହ ଧକ୍କା ହୋଇଥିଲା। ଏହାପରେ ସ୍ଥାନୀୟ ଲୋକ ତୁରନ୍ତ ସେମାନଙ୍କୁ ଉଦ୍ଧର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଆହତଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଡାକ୍ତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।