Education

ଅତ୍ୟଧିକ ମଦ୍ୟପାନ ଯୌଗୁ ଓ ପରେ ମୃତ୍ୟୁ

ଅତ୍ୟଧିକ ମଦ୍ୟପାନ ପରେ ମୃତ୍ୟୁ

ପାପଡାହାଣ୍ଡି,30/7: ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ଗାଁରେ

ମଙ୍ଗଳବାର ରାତିରେ ଅତ୍ୟଧିକ ମଦ୍ୟପାନ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ୪୦ବର୍ଷୀୟ ସୁଧୀର ବେନିଆ ବୋଲି ଜଣାପଡିଛି| ଆଜି ସଂଧ୍ୟାରେ ଦାୟାନିଧି ବେନିଆ ସହ ସୁଧୀର ବଜାରକୁ ଯାଇଥିଲେ | ଦୁହେଁ ୩ଜଣଙ୍କ ଘରେ ପୃଥକ ପୃଥକ ସମୟରେ ମଦ୍ୟପାନ କରିଥିଲେ। ଅତ୍ୟଧିକ ମଦ୍ୟପାନ ଯୋଗୁଁ ସୁଧୀର ଅଚେତ ହୋଇଯାଇଥିଲେ । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୁଧୀରଙ୍କ ପରିବାରକୁ ତୁରନ୍ତ ଦୟାନିଧି ଜଣାଇଥିଲେ | ପରିବାର ପହଞ୍ଚି ତୁରନ୍ତ ଗୋଟିଏ ଅଟୋ ଯୋଗାଡ଼ କରି ପାପଡ଼ାହାଣ୍ଡି ଗୋଷ୍ଠୀ

ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା

କରିଥିଲେ । ମଦ୍ୟପାନ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ

କରିଛନ୍ତି । ଖବର ପାଇ ପାପଡାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା

ଥାନାରେ କେହି ଏତଲା ଦେଇନାହାନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button