ଧାରଣା ରୁ ଓହରିଲେ ଡି ଆ ଇଇଟି ଛାତ୍ରଛାତ୍ରୀ
ଧାରଣାରୁ ଓହରିଲେ ଡିଆଇଇଟି ଛାତ୍ରଛାତ୍ରୀ ରୁଦ୍ଧଦ୍ୱାର ବୈଠକ, ବଦଳିବେ ପ୍ରଶିକ୍ଷିକା !
ଜୟପୁର, 30/7 : ଜୟପୁରସ୍ଥିତ ଜିଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ଛାତ୍ର ଛାତ୍ରୀମାନେ ଅନୁଷ୍ଠାନର ପ୍ରଶିକ୍ଷିକାଙ୍କ ନିର୍ଯାତନା ବିରୋଧରେ ସୋମବାର ଆନ୍ଦୋଳନକୁ ଓହ୍ଲାଇ ଥିଲେ । ପ୍ରତିଷ୍ଠାନର ଅଧ୍ୟକ୍ଷ ଙ୍କୁ ପ୍ରଶିକ୍ଷିକାଙ୍କ ବିରୋଧରେ ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଆଜି ରୁଦ୍ଧ ଦ୍ବାର ବୈଠକ ପରେ ଛାତ୍ରଛାତ୍ରୀଙ୍କ ୩ଟି ମୁଖ୍ୟ ଦାବିକୁ ଗ୍ରହଣ କରାଯାଇ ଥିବା ଘୋଷଣା କରିବା ପରେ ଆଜି ଧାରଣାରୁ ଓହରିଛନ୍ତି ଛାତ୍ରଛାତ୍ରୀମାନେ । ଗତ ୨୬ତାରିଖରେ ପ୍ରତିଷ୍ଠାନର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଶିକ୍ଷିକା ସ୍ବାତୀ ସୂଚୀସ୍ମି ତା ପାତ୍ରଙ୍କ ଆଚରଣ ଉଚ୍ଚାରଣ ଏବଂ ମାନ ସିକ ନିର୍ଯାତନା ଦେଉଥିବା ଭଳି ୧୫ଟି ଅଭିଯୋଗ ଅଧ୍ଯକ୍ଷଙ୍କୁ ପ୍ରଦାନ କରିଥିଲେ। ଅଭିଯୋଗ ପତ୍ର ଦେବାର ଦୁଇ ଦିନ ବିତିବା ପରେ ଛାତ୍ରଛାତ୍ରୀମାନେ ଡିଆଇଇଟିର ମୁଖ୍ୟ ଫାଟକ ଆଗରେ ଧରଣା ଦେଇ ଥିଲେ । ଆଜି ପ୍ରଶିକ୍ଷିକାଙ୍କ ଡି ଆଇଇଟିରେ ପହଞ୍ଚି ଥିଲେ । ତାଙ୍କୁ ଦେଖ୍ ପୁଣି ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ଆରମ୍ଭ କରି ଥିଲେ। ଏହାପରେ ରୁଦ୍ଧ ଦ୍ଵାରରେ ଆଇସିସି କମିଟିର ସଦସ୍ୟ ଓ ସଦସ୍ୟାମାନଙ୍କ ସହ ଛାତ୍ରଛାତୀ ଏବଂ
ପ୍ରଶିକ୍ଷିକାଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ଥିଲା । ପ୍ରାୟ ଚାରି ଘଣ୍ଟାର ଆଲୋଚନା ପରେ ୩ଟି ଦାବି ପାରିତ ହୋଇଥିଲା। ତାପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରି ଯାଇଥିଲେ । ସେପଟେ ଆଲୋଚନା ସଫଳ ହୋଇଛି ବୋଲି ଜିଲା ଶିକ୍ଷା ପ୍ରଶି କ୍ଷଣ ଓ ପ୍ରତିଷ୍ଠାନର ଅଧ୍ଯକ୍ଷ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ତିନୋଟି ଦାବି ପୂରଣ ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଆଇସିସି କମିଟି ସଦସ୍ୟମାନଙ୍କୁ ନେଇ ଦ୍ଵିତୀୟ ପର୍ଯ୍ୟାୟ ବୌଠକ ବ ସି ଥି ଲା । งขุด ଛାତ୍ର ଛାତ୍ରୀମାନଙ୍କ ତିନୋଟି ଦାବିକୁ ଗ୍ରହଣ କରାଯାଇ ଥିଲା । ପ୍ରଥମ ଦାବି ପ୍ରକାରେ ନିର୍ଯାତନା ଦେଉଥିବା ପ୍ରଶିକ୍ଷିକାଙ୍କ ବଦଳି କରାଯିବା ପୁଣି ରି ଟିଚିଙ୍ଗ ଛାତ୍ରଛାତ୍ରୀମାନେ ଦେବେ ନାହିଁ ପ୍ରାକ୍ଟିସ ଟିଚିଙ୍ଗରେ ପିଲାଙ୍କୁ ପଠାଯିବ ନାହିଁ । ଆଇସିସି ସଦସ୍ୟମାନଙ୍କ ଉପସ୍ଥିତିରେ ଏ ପ୍ରକାର ପ୍ରସ୍ତାବ ଗ୍ରହଣ କରି ସେହି ପ୍ରୋସିଡିଙ୍ଗକୁ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କୁ ପଠାଇ ଦିଆଯିବ ବୋଲି ଡିଆଇଟିର ଅଧ୍ଯକ୍ଷ ରୂପଚନ୍ଦ୍ର ସୋରେନ ପ୍ରକାଶ କରିଛନ୍ତି । ପ୍ରଶିକ୍ଷିକାଙ୍କୁ ବଦଳି କରିବା କ୍ଷମତା ଅଧ୍ୟକ୍ଷଙ୍କ ନାହିଁ। ଏଣୁ ଗଣଶିକ୍ଷା ବିଭାଗର ବଦଳି ଆଦେଶ ପ୍ରକାରେ ପ୍ରଶିକ୍ଷିକାଙ୍କ ଅନୁଷ୍ଠାନର ଯିବେ ବୋଲି ଶ୍ରୀ ସୋରେନ ଜଣାଇଛନ୍ତି ।