DIstrictHealthKoraputNationOdishaPolitics

ଦୁଇ ବର୍ଷ ହେଲା ଶଯ୍ୟାଶାୟୀ ଅସହାୟ ବିଧବା ମହିଳା , ଆଧାର କାର୍ଡ ନ ଥିବାରୁ ଭତ୍ତାରୁ ବଞ୍ଚିତ

ବନ୍ଧୁଗାଁ, ୩୦/୭: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାପୁଲୋଡା ପଞ୍ଚାୟତ ସଦର ୱାର୍ଡ କତାବାଲସା ଗାଁର ଜଣେ ବିଧବା ମହିଳା ଦୁଇ ବର୍ଷ ହେଉଛି ଖଟିଆ ରେ ଶୋଇ ରହିଛନ୍ତି। ଦୁଇ ବର୍ଷ ତଳେ ସ୍ବାମୀ ମୃତ୍ୟୁ ବରଣ କରିଥିଲେ , ପାଖରେ ବଡ ଝିଅ ଆନାଲୁ ରହୁଥିବା ବେଳେ ସାନ ଝିଅ ସିନାଲୁ ଵିଵାହ ହୋଇ ଅଣ୍ଟାମୋଡ଼ା ଗାଁ ରେ ରହୁଛନ୍ତି। ଆଜକୁ ୧୮ ମାସ ତଳେ ଏକ ଅଜଣା ଗାଡ଼ି ଧକ୍କାରେ ବିଧବା ଡୁମ୍ବେ ଜିଲାକାରା ୫୮ ବର୍ଷ ଙ୍କ ଅଣ୍ଟା , ଗୋଡ ଓ ହାତ ଭାଙ୍ଗି ଯାଇଥିଲା।


ସେହି ଦିନରୁ ବିଧବା ମହିଳା ଜଣକ ଭଙ୍ଗା କୁଡ଼ିଆ ଘର ବାରଣ୍ଡାରେ ଏକ ଖଟିଆ ଉପରେ ଲୋଟିକି ରହିଛି। ବିଧବା ଡୁମ୍ବେ ସେହି ଖଟିଆ ଉପରୁ ଶୋଇ ରହି ଖାଇବା, ଗାଧେଇବା ଓ ଝାଡ଼ା ପରିଶ୍ରା କରୁଛନ୍ତି। ଏଥି ସହିତ ଅସହାୟ ଡୁମ୍ୱେ ଙ୍କ ଆଧାର କାର୍ଡ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇ ପାରି ନାହିଁ। ପୁଣି ସ୍ବାମୀ ମୃତ୍ୟୁ ପରେ ସ୍ୱାମୀର ମୃତ୍ୟୁ ପ୍ରମାଣ ପତ୍ର ମଧ୍ୟ ଆଜି ପର୍ଯ୍ୟନ୍ତ ପାଇ ନାହାନ୍ତି।

ଘର ଭିତରୁ ଖୋଲା ଆକାଶ ଦେଖା ଯାଉଛି, ବର୍ଷା ପାଣି ଗୋଳି କାନ୍ଥ ଭୁଷୁଡି ପଡୁଛି ଓ ଏହି ଘର ଭିତରେ ଶୋଇବା ବହୁତ କଷ୍ଟ କର ରହିଛି। ଏହି ପ୍ରକାର କଷ୍ଟକର ପରିସ୍ଥିତିରେ ଅସହାୟ ମହିଳା ଜଣକ ସ୍ଥାନୀୟ ପଞ୍ଚାୟତ, ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଭତ୍ତା ଟଙ୍କା ଓ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ଯୋଗାଇବା ପାଇଁ ଆମ ଗଣମାଧ୍ୟମ ଜରିଆରେ ସରକାର ଙ୍କୁ ଗୁହାରି କରିଛନ୍ତି। ପଞ୍ଚାୟତ ର ଅନେକ ବୁଦ୍ଧିଜୀବି ଏବଂ ଜନସାଧାରଣ ଅସହାୟ ମହିଳା ଙ୍କ ପାଖରେ ପହଞ୍ଚି ଉପଯୁକ୍ତ ଚିକିତ୍ସା ଯୋଗାଇ ବା ସହିତ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button