DIstrictHealthNationOdisha

ସୋରାଦେବୀ ମନ୍ଦିର ନିକଟରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ଭଞ୍ଜନଗର,୨୯/୭ : ଭଞ୍ଜନଗର ଥାନ ଅଧିନ ସୋରାଦେବୀ ମନ୍ଦିର ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ‌ ହେଲେ ଆଗୁଳପଡା ଗ୍ରାମର ସୀମା ନାୟକ(୫୫)। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିବା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁଯାୟୀ, ସକାଳ ସମୟରେ ସେ ବ୍ରହ୍ମପୁରରୁ ଏକ ବସରେ ଭଞ୍ଜନଗର ଆସୁଥିବା ବେଳେ ଶୋଇ ପଡିଥିବାରୁ ସେଠାରେ ଓହ୍ଲାଇ ପାରିନଥିଲେ। ଭଞ୍ଜନଗର ବସ୍‌ ଛାଡି ଫୁଲବାଣୀ ଆଡକୁ ଯାଉଥିବା ବେଳେ ସେ ସୋରାଦେବୀ ମନ୍ଦିର ନିକଟରେ ଓହ୍ଲାଇଥିଲେ।

ସେଠାରେ ମନ୍ଦିର ଟ୍ୟାପରୁ ପାଣି ପିଇବା ସହ ନିକଟରେ ବସି ଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରୁ ନଉଠିବାରୁ ମନ୍ଦିର ପୂଜକ ଓ ସ୍ଥାନୀୟ ଲୋକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ସେଠାରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ତାଙ୍କ ପକେଟରୁ ତରୁପତିରୁ ବ୍ରହ୍ମପୁର ଏକ ଟିକଟ ରହିଥିବା ବେଳେ ସେ ତରୁପତିରୁ ଘରକୁ ଫେରୁଥିବା ପୁଲିସ ଅନୁମାନ କରିଛି। ତେବେ ତାଙ୍କ ପରିଚୟ ମିଳିବାରେ ବିଳମ୍ବ ହେବାରୁ ମୃତଦେହ ବ୍ୟବଚ୍ଛେଦ ଆଜି ହୋଇ ପାରିନଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button