
ସେମିଲିଗୁଡ଼ା, ୨୯/୦୭: ଆଜି ଖୁଡି ପଞ୍ଚାୟତ କାର୍ଯ୍ୟାଳୟ ରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ଦୁଇ ଘଣ୍ଟା ଵିଲୋମ୍ବ ରେ ଅନୁଷ୍ଠିତ ହୋଇଥିଲା ସୂଚନା ଥାଉକି ଦୀର୍ଘ ଦିନରୁ ପଞ୍ଚାୟତରେ ମୋବାଇଲ ଟାୱାର ନଥିବାରୁ ଅଞ୍ଚଳରେ ବୋହୂ ସମସ୍ୟା ଦେଖାଡଦେଥିବା ଜଣା ପଡିଛି. କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକରେ ପ୍ରତ୍ୟେକ ପଞ୍ଚାୟତରେ ଟାୱାର ଥିବା ବେଲେ ଖୁଡି ପଞ୍ଚାୟତ ରେ ନଥିବାରୁ ସ୍କୁଲ ଛାତ୍ର ଛାତ୍ରୀ ଅନଲାଇନ ପାଠ ପଡିପାରୁନାହାନ୍ତି, ଫୋନ ପେ, ଇଣ୍ଟର ନେଟ, ୟନ, ୱାଟ୍ସ ଆପ, ଭିଭିନ୍ନ ଶିକ୍ଷା ଉପରେ ପଛକୁ ପଢିଯାଇଛି ଖୁଡି ପଞ୍ଚାୟତ, ଉତ୍ତକ୍ତ ହୋଇ ଗ୍ରାମବାସି ଜଣଶୁଣାଣୀ ଥିବା ବେଲେ ପଞ୍ଚାୟତବାସୀ ମୁଖ୍ୟ ଫଟକ ରେ ତାଲା ପକାଇଥିଲେ. ଉପସ୍ଥିତ ଏବିଡ଼ିଓ,ବ୍ଲକ ଅଧିକାରୀ ଗ୍ରାମବାସୀଙ୍କୁ ବୁଝାଇଲା ପରେ ଭି ଶୁଣିନ ଥିଲେ.
ପରେ ବ୍ଲକ ବିଡ଼ିଓ ଜସ୍ମିନ କୁମାର ପ୍ରଧାନ ଖବର ପାଇଁ ପଞ୍ଚାୟତରେ ପହିଚିଲା ପରେ ପଞ୍ଚାୟତବାସୀ ଓ ସରପଞ୍ଚ ଠାରୁ ଆରମ୍ଭ କରି ସମସ୍ତଙ୍କୁ ବୁଝାଇ ଥିଲେ. ଟାୱାର ସମସ୍ୟା ସମାଧାନ କରାଯିବ ବୋଳି ପ୍ରତିଶୁତି ଦେବା ପରେ ନୂତନ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବି ବୋଳି କହିବା ପରେ ମୁଖ୍ୟ ଫାଟକ ତାଲା ଖୋଲିଥିଲେ. ପରେ ଜନ ଶୁଣାଣି ହୋଥିଲା. 13 ଜଣ ଅଭିଯୋଗ ଶୁଣାଣି ରେ ଭାଗ ନେଇଁ ସମସ୍ୟା ଉପରେ ଦେଇଥିଲେ କହିଥିଲେ.
ସଭା ଗୃହରେ ପ୍ରଶାସନ ପକ୍ଷରୁ ଜନ ଅଭିଯୋଗ ଶୁଣାଣି ଶିବିର ଖୁଡି ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ରେ ସେମିଲିଗୁଡା ବିଡ଼ିଓ ମୁଖ୍ୟ ଭୂମିକା ନେବା ସହ ସମସ୍ୟା ଉପରେ ତୁରନ୍ତ ସମାଧାନ କରିବା ଉପରେ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ. ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ ।ବିଭାଗୀୟ ଅଧିକାରୀ ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ