ଅ।ସନ୍ତ। 9 ତାରିଖ ରେ ମୁଖ୍ୟମନ୍ତ୍ରୀ ଙ୍କ କୋରାପୁଟ ଗ୍ରସ୍ତ କାର୍ଯ୍ୟକ୍ରମ ରହିଛି
୯’ରେ ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଗସ୍ତ
ଜୟପୁର,ତ।29/7: ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସିବେ। ଜୟପୁରରୁ ସୁଭଦ୍ରା ଯୋଳନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ। କୋଟିଆ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛତି I ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ନୂଆରେ ଦାୟିତ୍ବ ଗ୍ରହଣ କରିଥିବା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ବରିଷ୍ଠ ଅଧିକାରୀମାନେ ସହର ଉପକଣ୍ଠ ବାଙ୍କବିଳା ପଡ଼ିଆ ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନି।
ଆଜି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଶ୍ରୀ ମହାଜନ, ଉପଜିଲ୍ଲାପାଳ
ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ପରେ ପ୍ରଶାସନିକ ତପ୍ରତା
ଜିଲ୍ଲାପାଳଙ୍କ ବାଙ୍କବିଜା ପଡ଼ିଆ ପରିଦର୍ଶନ
ଏ.ଷଶ୍ୟା ରେନ୍ହା, ଏସ୍ପି ରୋହିତ ବର୍ମା, ଏସ୍ଡିପିଓ ପାର୍ଥ ଜଗଦୀଶ କଶ୍ୟପ ପ୍ରମୁଖ ରେଲୱେ ଷ୍ଟେସନ ନିକଟ ବାଙ୍କବିଜା ପଡ଼ିଆ ପରିବର୍ଶନ କରିଥିଲେ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସଭା ହୋଇପାରେ। ଅଞ୍ଚଳ ପରିଦର୍ଶନ ସହ ସୁରକ୍ଷା, ଟ୍ରାଫିକ୍ସ୍ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ପ୍ରସ୍ତୁତି ବାବଦରେ
ଆଲୋଚନା କରିଥିଲେ।
ପୂର୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରିୟରଞ୍ଜନ ବେହେରା, ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚୀ ଜେନା, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ଜେନା ପ୍ରମୁଖଙ୍କ ସହ ଅନ୍ୟ ଅଧିକାରୀମାନେ ଗସ୍ତବେଳେ ଉପସ୍ଥିତ ଥିଲେ । ଦିନକ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ‘ଏକ୍ସ’ରେ ସୂଚନା ବେଇଥିଲେ ଯେ, ଅଗଷ୍ଟ ୯ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ରାଜ୍ୟର ୧ କୋଟି ୨୦ ଲକ୍ଷ ୪୦ ହଜାର ସୁଭଦ୍ରା ଭରଣୀ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କଠାରୁ ଉପହାର ପାଇବେ। ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରାଯିବ। ଏଥିସହ କୋଟିଆ ଗସ୍ତ କରି ସେଠାରେ ସମୀକ୍ଷା କରାଯିବ। କୋଟିଆର ଓଡ଼ିଆମାନଙ୍କୁ ସୁଭଦ୍ରା କିଛି ମିଳିବା ସୁନିଶ୍ଚିତ କରାଯିବ । କୌଣସି ପ୍ରତିବନ୍ଧକ ଲାଗି ଯଦି କେହି ଏହି ଯୋଜନାରେ ସାମିଲ ହୋଇନା-
ହାତି ପର୍ଯ୍ୟାୟକ୍ରମେ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ।
ସୂଚନାଥାଉକି, ଗତ ଜୁନ ପ୍ରଥମ ସପ୍ତାହରେ ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବ ବୋଲି ଏକ ପ୍ରକାର ସ୍ଥିର ହୋଇଥିଲା। ଅବଶ୍ୟ ଏ ବାବଦରେ ସ୍ଥାନୀୟ ପ୍ରଶାସନ କୌଣସି ସୂଚନା ଦେଇନଥିଲା । ତଥାପି ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସ୍ଥାନ ଦେଖିବା ପରେ ମେ’ ତୃତୀୟ ସପ୍ତାହରେ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀମାନେ ବିକ୍ରମଦେବ ବିଶ୍ଵବିଦ୍ୟାଳୟ ପରିଦର୍ଶନ କରିଥିଲେ । ବିଶ୍ବବିଦ୍ୟାଳୟ ହ୍ୟୁମାନିଟି ବ୍ଲକରେ ଭଙ୍ଗାଗଢା କାମ କରାଯାଇଥିଲା। ହ୍ୟୁମାନିଟି ବ୍ଳକର ପୂର୍ବପଟ ପାଚେରି ଭଙ୍ଗାଯିବା ସହ ଏକ ଫଳକ ଷ୍ଟାଣ୍ଡ ତିଆରି ହୋଇଥିଲା। କୌଣସି କାରଣରୁ ହଠାତ ସବୁ କାମ ବନ୍ଦ କରିଦିଆଯାଇଥିଲା।