33 ବର୍ଷ ରେ 24 ଜିଲ୍ଲା ପାଳ ନବରଙ୍ଗପୁର ରେ ପ୍ରଶାସନିକ ଅସୀରତ। ଉନ୍ନ ନିଓ ବାଧାପ୍ରାପ୍ତ
୩୩ ବର୍ଷରେ ୨୪ ଜିଲ୍ଲାପାଳ
ନବରଙ୍ଗପୁରରେ ପ୍ରଶାସନିକ ଅସ୍ଥିରତା, ଉନ୍ନୟନ ବାଧାପ୍ରାପ୍ତ
ନବରଙ୍ଗପୁର, ୨୮/୭: ୧୯୯୨ ଅକ୍ଟୋବରରେ ନୂଆ ଜିଲ୍ଲାର ମାନ୍ୟତା ପାଇଥିଲା ନବରଙ୍ଗପୁର କୋରାପୁଟରୁ ଅଲଗା ହେବା ପରେ ବିକାଶର ଗତି ଜୋର୍ ଧରିବା ନେଇ ଆଶା ବାନ୍ଧିଥିଲେ ଜିଲ୍ଲାବାସୀ ଇତି ମଧ୍ୟରେ ବିତିଲାଣି ୩୩ ହେଲେ ଯଥା ପୂର୍ବଂ ତଥା ବର୍ଷ, ଗିତି ପଛରେ ପଡ଼ି ରାଜ୍ୟରେ ୩୦ ନଂ ଜିଲ୍ଲା ଭାବେ ପରିଗଣିତ ହେଉଛି ନବରଙ୍ଗପୁର ତେବେ ଏହା ପଛର ପ୍ରମୁଖ କାରଣ ହେଉଛି ପ୍ରଶାସନିକ ଅସ୍ଥିରତା | ୩୩ବର୍ଷରେ ୨୩ ଜିଲ୍ଲାପାଳଙ୍କ ବଦଳି ଜିଲ୍ଲା ବିକାଶରେ ବାଧକ ସାଜିଥିବା ବୁଦ୍ଧିଜୀବୀ କହିଛନ୍ତି।
୧୦ ବ୍ଲକ୍, ୧୮୯ ପଞ୍ଚାୟତ, ୮୮୭ ଗାଁ, ୨ ପୌରାଞ୍ଚଳକୁ ନେଇ ଗଠିତ ନବରଙ୍ଗପୁର ଜିଲ୍ଲା । ଆୟତନ ୫୨୯୪ ବର୍ଗ କିମି ୨୦୧୧ରେ ଜନସଂଖ୍ୟା ୧୨.୨୦ ଲକ୍ଷ ଥିବା ବେଳେ ଏବେ ୧୮ ଲକ୍ଷକୁ ଛୁଇଁଲାଣି ଜନସଂଖ୍ୟା ମଧ୍ୟରୁ ୫୫.୭୯ ପ୍ରତିଶତ ଅନୁସୂଚିତ ଚିତ ଜନଜାତି (ଏସ୍ଟି) ଏବଂ ୧୪.୫୩
ପ୍ରତିଶତ ଅନୁସୂଚିତ ଜାତି (ଏସ୍ସି) ବର୍ଗରା ଆଦିବାସୀ ବହୁଳ ଏହି ଜିଲ୍ଲାର ସାମଗ୍ରିକ ବିକାଶକୁ ରକାର ଗୁରୁତ୍ଵ ଦେଉଥିଲେ ମଧ୍ୟ ଜିଲ୍ଲାର ସାକ୍ଷର ହାର ୩୮.୫୩ ପ୍ରତିଶତରୁ ଉପରକୁ ଉଠିପାରୁନି। ଫଳରେ ସାମାଜିକ ଅର୍ଥନୈତିକ ବିକାଶ ବୃଦ୍ଧି ପାଇପାରୁନି ୬୧.୪୭ ପ୍ରତିଶତ ଜନସାଧାରଣ ଅଶିକ୍ଷିତ ଥିବାରୁ ଚାଷ କାର୍ଯ୍ୟକୁ
ଛାଡ଼ିଲେ ଦାଦନ ହିଁ ବେରୋଜଗାରୀଙ୍କ ଏକ ମାତ୍ର ବିକଳ୍ପ । ସ୍ବାସ୍ଥ୍ୟକ୍ଷେତ୍ରରେ ମଧ୍ୟ ସମାନ୍ ଅବସ୍ଥା ଡିଏଚ୍ଏଚ୍ରେ ୫୦ ପ୍ରତିଶତରୁ ଅଧିକ ଡାକ୍ତରୀ ପଦବି ଖାଲି ପଡ଼ିଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ବିଶେଷଜ୍ଞ ମେଡିକାଲ୍
ଗତ ୧୦ବର୍ଷରେ ବଦଳିଲେଣି ୯ ଜିଲ୍ଲାପାଳ । ଶିଳ୍ପ, ଶିକ୍ଷା କ୍ଷେତ୍ରରେ ପଛରେ ପଡ଼ିଛି ଜିଲ୍ଲା
COLLECTORATE
କଲେଜ ନାଁରେ ସରକାର ଭୁଆଁ ବୁଲାଉଥିବାରୁ ଲୋକେ ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ର ଉପରେ ନିର୍ଭରଶୀଳ | ଗମନାଗମନ ସ୍ଥିତି ଆହୁରି ସାଂଘାତିକ ୨୦୦ରୁ ଊର୍ଦ୍ଧ୍ବ ଗାଁକୁ ନିତିଦିନିଆ ରାସ୍ତା ନାହିଁ । ପାହାଡ଼ିଆ ରାସ୍ତା, ନଦୀ, ନାଳ ଡେଇଁ ଲୋକେ ବ୍ଲକ୍ ଓ ଜିଲ୍ଲା ସଦର ମହକୁମାକୁ ଆସୁଛନ୍ତି। ଗର୍ଭବତୀ ଓ ରୋଗୀଙ୍କୁ ଭାର ଭରସା ବାର୍ଷିକ ଜିଲ୍ଲାରେ
୧ ଲକ୍ଷ ମେଟ୍ରିକ୍ ଟନ୍ ମକା ଉତ୍ପାଦନ ହେଉଛି ଅଥଚ ପ୍ରକ୍ରିୟାକରଣ ୟୁନିଟ୍ କିମ୍ବା ମକାରୁ ପ୍ରସ୍ତୁଙ୍ଖ ହେଉଥିବା ଖାଦ୍ୟର ଶିଳ୍ପ ନଥିବାରୁ ଶାଗମା ଦରରେ ମକା ଆନ୍ଧ୍ର- ଛତିଶଗଡ଼ରେ ବିକ୍ରି ହେଉଛି।
ପଛୁଆ ନବରଙ୍ଗପୁରର ବିକାଶ ଲାଗି ସରକାଟ ଜିଲ୍ଲାପାଳ ଚାର୍ଯ୍ୟକାଳରେ ଭକ୍ତବନ୍ଧ ପ୍ରଶାସନିକ ଅଧିକରୁଙ୍କ । କାର୍ଯ୍ୟକା ସ୍ଥିରତା ନଥିବାରୁ ସବୁ ପ୍ରକଳ୍ପ ଅଧା ଅଧୁର ରହିଯାଇଛି। ଜିଲ୍ଲାର ପ୍ରଥମ ଜିଲ୍ଲାପାନ ପାଳ ପ୍ରଶା ନାୟକଙ୍କଠୁ ଆରମ୍ଭ କରି ଟି. ରାମ ରାମଚନ୍ଧୁ, ଡ ଶୁଭଙ୍କର ମହାପାତ୍ରଙ୍କୁ ମିଶାଇ ୨୩ ଜିଲ୍ଲାପାଳ ଜିହ୍ନ ବଦଳିଲେଣି ୨୪ ନଂ ଜିଲ୍ଲାପାଳ ପାଳ ଭାବେ ଯୋଗ ଦେଇଛନ୍ତି ଡ. ମହେଶ୍ଵର ସ୍ବାଇଁ | ବିଶେ କରି ଗତ ୧୦ ବର୍ଷରେ ୯ ଜିଲ୍ଲାପାଳ ପାଳଙ୍କ ବଦଳି ଜିଲ୍ଲାକୁ ପଛରେ ପଡ଼ିବାର ମୁଖ୍ୟ କାରଣ । ବଡ଼ ଜିଲ୍ଲାର ଭୌଗୋଳିକ ଅବସ୍ଥିତି, ସଂସ୍କୃତି, ପରମ୍ପରା ସମ୍ପର୍କରେ ଜାଣିବାକୁ ଅତି କମଟେ ଜଣେ ଜିଲ୍ଲାପାଳଙ୍କୁ ଏକ ବର୍ଷ ସମୟ ଦରକାର ଆବଶ୍ୟକ ମୁତାବକ ପଦକ୍ଷେପ ନେବା ପାଇଁ ଆଉ ଏକ ବର୍ଷ ଏବଂ ଯୋଜନା କାର୍ଯ୍ୟକାର 1ରଣା ଏତେ ପାଇଁ ଆଉ ଗୋଟିଏ ବର୍ଷ ଏପରି ଭାବେ ୩ବର୍ଷ ଦରକାର କିନ୍ତୁ ବଦଳି ଥିବା ୨୩ ଜିଲ୍ଲାପାଳଙ୍କ ମଧ୍ୟରୁ ଭାସ୍କରଜ୍ୟୋତି ଶର୍ମା, ଡ. ଅରବିନ୍ଦ ପାଢ଼ୀ, ଶିବବ୍ରତ ଦାଶ, ଅଜିତ କୁମାର ମିଶ୍ର, କମଳ ଲୋଚନ ମିଶ୍ରଙ୍କୁ ଛାଡ଼ିଲେ ଅନ୍ୟ ସମସ୍ତ ଜିଲ୍ଲାପାଳ ୨ ମାସରୁ ଦେଢ଼ ବର୍ଷ ଭିତରେ ବଦଳି ହୋଇଛନ୍ତି ଯାହା ଜିଲ୍ଲା ବିକାଶରେ ବାଧକ ସାଜିଛି।