ଶିବଭକ୍ତ ପାଲଟିଲେ ଜାପାନୀ କୋଟିପତି
ଶିବଭକ୍ତ ପାଲଟିଲେ ଜାପାନୀ କୋଟିପତି
ନୂଆଦିଲ୍ଲୀ,28/7: ଆଧୁନିକ ଯୁଗରେ ଧନ, ପ୍ରତିଷ୍ଠା
ଓ ପ୍ରତିପରି ସବୁକିଛି ପାଲଟି ଥିବାବେଳେ ଜାପାନର ଜଣେ ଯୁବ ବ୍ୟବସାୟୀ କୋଟି କୋଟି ଟଙ୍କା ସମ୍ପତ୍ତିର ମୋହ ଛାଡି ଶିବଭକ୍ତ ପାଲଟିଛନ୍ତି । ସବୁ କିଛି ତ୍ୟାଗ କରି ଜାପାନରୁ ସେ ଭାରତ ଆସି ଧର୍ମ ଓ ସେବାର ରାସ୍ତାକୁ ବାଛିବା ସହ ଆଜିର ସ୍ବାର୍ଥସର୍ବସ୍ତ୍ର ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି I ଏହି ବ୍ୟକ୍ତି ହେଉଛନ୍ତି ୪୧ ବର୍ଷୀୟ ହୋଶି ଟାକାୟୁକି | ସେ ଏବେ ‘ବାଲା କୁମ୍ଭ ଗୁରୁମଣି’ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି | ଟୋକିଓରେ ୧୫ଟି ସଫଳ ବ୍ୟୁଟି ପ୍ରଡକ୍ଟ ଷ୍ଟୋରର ସେ ମାଲିକ | ୨୦ଜଣ ଜାପାନୀ ଅନୁଗାମୀଙ୍କ ସହ ସେ ଗେରୁଆ ବସ୍ତ୍ର ଧାରଣ କରି ଉତ୍ତରାଖଣ୍ଡରେ ନିଜ ଆତ୍ମାର ଅନ୍ଵେଷଣ ଯାତ୍ରାରେ ନିମଗ୍ନ ରହିଛନ୍ତି | ଏବେ ଶ୍ରାବଣ ମାସରେ ଚାଲିଥିବା କାଉଡି ଯାତ୍ରା ପାଇଁ ସେ ନିଜକୁ ଉତ୍ସର୍ଗ କରିଛନ୍ତି I ଡେରାଡୁନ୍ରେ ସେ କାଉଡିଆଙ୍କ ପାଇଁ
ଦୁଇଦିନ ଭୋଜନ ଶିବିରର ଆୟୋଜନ କରିଛନ୍ତି। ପୂର୍ବଜନ୍ମରେ ସେ ଉତ୍ତରାଖଣ୍ଡରେ ଜନ୍ମ ଗ୍ରହଣ କରିଥିଲେ ବୋଲି ଜଣେ ଜ୍ୟୋତିଷ ତାଙ୍କୁ କହିଥିଲେ। ଏହାପରେ ସେ ସ୍ବପ୍ନରେ ଉତ୍ତରାଖଣ୍ଡର ଏକ ଗାଁରେ ନିଜକୁ ଦେଖୁଥିଲେ I ସେବେଠାରୁ ତାଙ୍କର ଜୀବନର ଗତିପଥ ବଦଳି ଯାଇଥିଲା | ଦେବଭୂମି ଉତ୍ତରାଖଣ୍ଡ ପ୍ରତି ପ୍ରବଳ ଭଲ ପାଇବା ତାଙ୍କୁ ଭାରତକୁ ଟାଣି ଆଣିଛି। ଏବେ ବି ସେ ଉତ୍ତରାଖଣ୍ଡରେ ନିଜ ଗାଁକୁ ଖୋଜିବାରେ ଲାଗିଛନ୍ତି ବୋଲି କହିଛନ୍ତି। ଶିବଭକ୍ତିରେ ନିଜକୁ ଉତ୍ସର୍ଗ କରିଥିବା ଟାକାୟୁକି ଟୋକିଓସ୍ଥିତ ନିଜ ଘରକୁ ମଧ୍ଯ ଏକ ଶିବ ମନ୍ଦିରରେ ପରିଣତ କରିଛନ୍ତି | ସେ ଜାପାନ୍ରେ ଆଉ ଏକ ମନ୍ଦିର ମଧ୍ୟ ନିର୍ମାଣ କରିଛନ୍ତି I ସେହିପରି ସେ ପୁଡୁଚେରୀରେ ୩୫ ଏକର ଜମିରେ ଏକ ବିଶାଳ ଶିବ ମନ୍ଦିର ନିର୍ମାଣ କରିବାକୁ ଯାଉଛନ୍ତି I ଖୁବ୍ଶୀଘ୍ର ସେ ଉତ୍ତରାଖଣ୍ଡରେ ମଧ୍ୟ ଏକ ଆଶ୍ରମ ଖୋଲିବେ ବୋଲି କହିଛନ୍ତି।