BusinessDIstrictEducationEntertainmentHealthNationOdisha

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ

ପାରଳାଖେମୁଣ୍ଡି,୨୮/୭: ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button