BusinessDIstrictEducationEntertainmentHealthKoraputNationOdishaPolitics

ବୋଲବମ ଯାତ୍ରା ବେଳେ ମନଇଛା ଗାଡ଼ି ପାର୍କିଂ ଓ ରାସ୍ତା ଜାମ

ବୋଲବମ୍ ଯାତ୍ରା ବେଳେ ମନଇଛା ପାର୍କି

୪ ଘଣ୍ଟା ଏନଏଚ୍-୩୨୬ ଜାମ୍

ଜୟପୁର,28/7: ବୋଲବମ୍ ଯାତ୍ରା ବେଳେ ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ସମସ୍ୟା ସୃଷ୍ଟି କରୁଛି । ଡ୍ରାଇଭରଙ୍କ ମନଇଛା ପାକିଂ ଯୋଗୁ ଯାତ୍ରୀ ନାହିଁ ନଥିବା ହଇରାଣ ହେଉଛନ୍ତି । ଆଜି ଜାତୀୟ ରାଜପଥ ୩୨୬ର କଞ୍ଜେଇମାଳିଗୁଡ଼ା ଛକରୁ କୋଟା ଜଙ୍କସନ୍ ମଧ୍ଯରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ପ୍ରାୟ ୪ ଘଣ୍ଟା ଧରି ଏନଏଚରେ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଯାତ୍ରୀ କଲବଲ ହୋଇଛନ୍ତି । ସଦର ଏବଂ ବୈପାରିଗୁଡ଼ା ପୁଲିସ ପହଞ୍ଚି ଟ୍ରଫିକ ନିୟନ୍ତ୍ରଣ କରିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।

୨୮ ତାରିଖ ତୃତୀୟ ଶ୍ରାବଣ ସୋମ‌ବାର । ମହାଦେବଙ୍କୁ ଜଳାଭିଷେକ ଲାଗି ଆଜି ପାହାଡିଆନ୍ତୁ ସଦର ବ୍ଲକ ପାତ୍ରପୁଟ କୋଲାବ ଘାଟରୁ ପାଣି ନେବାକୁ କାଉଡ଼ିଆଙ୍କ ଭିଡ଼ ଜମିଥିଲା । ଜିଲ୍ଲା ଏବଂ ଜିଲ୍ଲା ବାହାରୁ

ଗାଡ଼ିରେ ଶ୍ରଦ୍ଧାଳୁ ପହଞ୍ଚିଥିଲେ । ନିୟମ ଜାନୁନ କେହି ମାନିନଥିଲେ । ଯିଏ ଯେଉଁଠି

ପାରିଲେ ରାସ୍ତାକଡ଼ରେ ପାକିଂ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ପାତ୍ରପୁଟ ପୂର୍ବ

ଗାଁ କଞ୍ଜେଇଛକ ବୁଲାଣିରୁ ବୈପାରିଗୁଡ଼ା ବ୍ଲକ କୋଟାଛକ ପର୍ଯ୍ୟନ୍ତ ଗାଡ଼ି ଲମିଥିଲା । ୨ ଚକିଆକୁ ଛାଡ଼ିଦେଲେ ଅନ୍ୟଗାଡ଼ି ଯିବଆସିବା କରିପାରି ନଥିଲା । ଏନଏଚ୍ରେ ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଥିଲା । ନାଇଟ୍ ଏକ୍ସପ୍ରେସ୍, ଲୋକାଲ ବସ୍, ଲାଇନ୍ ଟ୍ରକ୍ ଫସି ଯାଇଥିଲା । ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ଜୟନଗର-ବୈପାରିଗୁଡ଼ା ଭାୟା ଘସର୍ତ୍ତା ଛଳ ଦେଇ ଅଧିକାଂଶ ଯିବାଆସିବା କରିଥିଲେ । ଖବରପାଇ ପହଞ୍ଚିଲେ ସବର ଥାନା ଏଏସଆଇ କାମାକ୍ଷାପ୍ରସାଦ ବିଷୋୟୀ, ସୁଶାନ୍ତକୁମାର ଦଳପତି ଏବଂ ଅନ୍ୟମାନେ। ବୈପାରିଗୁଡ଼ା ପୁଲିସ ବି ପହଞ୍ଚିଥିଲା । ପୂର୍ବାହ୍ନ ସାଢେ ୯ ବେଳକୁ ସ୍ଥିତି ସ୍ୱଭାବିକ ହୋଇଥିଲା । ଜଳାଭିଷେକ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବାରୁ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button