
ଜୟପୁର,28/7: ବର୍ଷେ ହେବ ସେବା ପେପରମିଲର ଠିକା ଶ୍ରମିକଙ୍କୁ ବରମା ମିଳିନି।
ବାରମ୍ବାର ଗୁହାରି କଲେ ବି ବରପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି । ପ୍ରତିବାଦରେ ଆଜି ପେପରମିଲର ମୁଖ୍ୟ ଫାଟକ ବନ୍ଦ କରି ବିକ୍ଷୋଭକରୁଛନ୍ତି କର୍ମଚାରୀ । ଖବର ଲେଖାହେବା ଅର୍ଥାତ୍ ରାତି ସାଢେ ୮ଟା ପର୍ଯ୍ୟନ୍ତ ଭିତରେ ଅଧିକାରୀ ଓ କର୍ମଚାରା ରହିଛନ୍ତି। ଦରମା ନଦେବା ପର୍ଯ୍ୟନ୍ତ ଗେଟ୍ ଖୋଲିବେ ନାହିଁ ବୋଲି ଚେତାବନୀ ଦେଇଛତି। ମିଲ୍ ନିକଟରେ ଉତ୍ତେଜନା ପ୍ରକାଶ ପାଇଛି ।
ଶ୍ରମିକ ନେତାମାନେ କହିଛନ୍ତି, ଶେଷଥର ଲାଗି ଗତବର୍ଷ ଜୁଲାଇରେ ଶ୍ରମିକଙ୍କ ଦରମା ମିଳିଥିଲା । ଏହା ପରେ ଆଉ ଦରମ ପ୍ରଦାନ କରାଯାଇ ନାହିଁ। ଦରମା ଲାଗି ବାରମ୍ବାର ଅନୁରୋଧ କରାଯାଇଛି । ସବୁ ସମୟରେ କେବଳ ରମା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଅନ୍ହଟିଏ ହେଲେ ପ୍ରତିଶ୍ରୁତି ପାଳନ କରୁନାହାତି ପରମିଲ ପରିଚାଳନା କର୍ତ୍ତୃପକ୍ଷ। ଦରମା ମିଳୁନଥିବାରୁ ପରିବାର ଚଳାଇବା କଷ୍ଟକର
ହୋଇପଡିଛି । ବାଧ୍ୟ ହୋଇ ଆଜି ପୂର୍ବାହ୍ନ ୯ଟାରେ ପେପରମିଲର ମୁଖ୍ୟ ଫାଟକ ବନ୍ଦ କରାଯାଇଥିଲା। ଅଧିକାରୀଙ୍କୁ ବାହାରକୁ ଆସିବାକୁ ଦିଆଯାଇନଥିଲା। କାମ କରିବାକୁ ଆସିଥିବା ଶ୍ରମିକଙ୍କୁ ଭିତରକୁ ଛଡ଼ାଯାଇନଥିଲା। ବକେୟା ଦରମା ପ୍ରଦାନ ଦିଗରେ -ପଦକ୍ଷେପ ନନେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ।
ଯେ କୌଣସି ପରିସ୍ଥିତି ଲାଗି କର୍ତ୍ତୃପକ୍ଷ ଦାୟୀ ରହିବେ ।
ସୂଚନାଥାଉକି, ଗତବର୍ଷ ଜୁଲାଇରୁ ପେପରମିଲରୁ ଉତ୍ପାଦନ ସମ୍ପୁର୍ଣ ବନ୍ଦ ରହିଛି । ରାଜ୍ୟ ସରକାରଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଯାହା ଫଳରେ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ଓ ଧାରଣ। ଜରି ରହିବ ବୋଲି କର୍ମଚାରୀ ମାନେ କହିଛନ୍ତ।