Education

ସହରବାସୀ ଦେଖିବେ ଦlଣ୍ଡି ଯାତ୍ରା ଝଲକ

ସହରବାସୀ ଦେଖିବେ ଦାଣ୍ଡିଯାତ୍ରା ଝଲକ

ଗାନ୍ଧିଛକରେ ବସିବ ୧୧ ପ୍ରତିମୂର୍ତ୍ତି, ଡକାଗଲା ଟେଣ୍ଡର

ଜୟପୁର,୨୬/୭: ଦାଣ୍ଡିଯାତ୍ରା ବା ‘ଲବଣ ସତ୍ୟାଗ୍ରହ’ ଝଲକ ଦେଖିବେ ସହରବାସୀ । ସ୍ଥାନୀୟ ଗାନ୍ଧିଛକ ପାଖରେ ବସିବ ଦାଣ୍ଡିମାର୍ଚ୍ଚ ଷ୍ଟାଚ୍ୟୁ । ଏଥିରେ ରହିବ ମହାତ୍ମାଗାନ୍ଧିଙ୍କ ସହ ଅନ୍ୟମାନଙ୍କ ବିଭିନ୍ନ ଉଚ୍ଚତାର ପ୍ରତିମୂର୍ତ୍ତି । ଏଫଆରସି ( ଫାଇବର ରି ଏନଫୋର୍ସଡ୍ କଂକ୍ରିଟ୍ )ରେ ତିଆରି ମୋଟ ୧୧ ପ୍ରତିମୂର୍ତି ସ୍ଥାପନ ଲାଗି ପୌର ପ୍ରଶାସନ ନିଷ୍ପଭି ନେଇଛି। ଏଥିଲାଗି ଟେଣ୍ଡର ଡକାଯାଇଛି। ଅଗଷ୍ଟ ଶେଷ ସୁଦ୍ଧା କାମ ସାରିବା ଲକ୍ଷ୍ୟ ରହିଛି ବୋଲି ପୌର ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଏ.ଶ ରେଶ୍ମୀ କହିଛନ୍ତି ।

ମାସକ ତଳେ ଗାନ୍ଧିଛକରୁ କୋଲାବ ମୁଖ୍ୟକେନାଲର ଚମ୍ପାକୁ ପୁଲି ଶ୍ମଶାନ ରାସ୍ତାରୁ ବେଆଇନ ନିର୍ମାଣ ହଟାଯାଇଥିଲା । ବାରମ୍ବାର ଜବରଦଖଲ ହେଉଥିବାରୁ କଟକଣା ଲଗାଇବାକୁ ସ୍ଥିର କରାଯାଇଥିଲା। ଅଞ୍ଚଳର ଉନ୍ନତି ସହ

ଏଠାରେ ଦାଣ୍ଡିମାର୍ଚ ଷ୍ଟାଚ୍ୟୁ ସ୍ଥାପନ ଲାଗି ନିଷ୍ପରି ନେଇଥିଲା ପୌର ପ୍ରଶାସନ । କିଛିଦିନ ତଳେ ଏ ବାବଦରେ ଟେଣ୍ଡର ଡକାଯାଇଛି। ବ୍ୟକ୍ତିବିଶେଷ, ନିର୍ମାଣକାରୀ ସଂସ୍ଥା ଅବା ଠିକାଦାରଙ୍କୁ ବିଡ଼ିରେ

ଭାଗ ନେବାକୁ ଆହ୍ୱାନ କରାଯାଇଛି। ୨୪ ତାରିଖରୁ ଅଗଷ୍ଟ ୪ ଅପରାହ୍ଣ ୪ ଟା ସୁଦ୍ଧା ଆବେଦନପତ୍ର ଗ୍ରହଣ କରାଯିବ । ୨୬ ତାରିଖ ପୂର୍ବାହ୍ଣ ୧୧ ପର୍ଯ୍ୟନ୍ତ ରେଜିଷ୍ଟ୍ରେଡ୍ ଅବା ୱି ପୋଷ୍ଟରେ କାଗଜପତ୍ର

ଦାଖଲ ହେବ । ୬ ତାରିଖ ଅପରାହ୍ନ ୪ ଟାରେ ଟେଣ୍ଡର ଖୋଲାଯିବ । ପ୍ରକ୍ରିୟା ସରିବା ପରେ କାମ ଆରମ୍ଭ ହେବ ।

ଉପଜିଲ୍ଲାପାଳ କହିଛତି, ଗାନ୍ଧିଛକର ଉନ୍ନତୀକରଣ କରାଯିବ। ଦାଣ୍ଡିଯାତ୍ରାର ସମ୍ପୂର୍ଣ ଷ୍ଟାତ୍ମ୍ୟ ଲମ୍ବା ପ୍ରାୟ ୪୦ ଫୁଟ ହେବ । ଗାନ୍ଧିଜୀଙ୍କ ସହ ଅନ୍ୟ ମନିଷୀଙ୍କ ପ୍ରତିମୂର୍ତ୍ତି ଏଥିରେ ସ୍ଥାନ ପାଇବ । ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୪ରୁ ୬ ଫୁଟ(ଲାଇଫ୍ ସାଇଜ୍ ) ମଧ୍ୟରେ ହେବ। ଏଫ୍ଆରସିରେ ତିଆରି ହେଉଥିବାରୁ ଏହା ଜଙ୍କନିରୋଧୀ ଏବଂ ଦୀର୍ଘସ୍ଥାୟୀ ହେବ। ୟୁନିଟ୍ ପ୍ରତିଷ୍ଠା ସ୍ଥାନରେ ପେଭରକ ପଡ଼ିବ। ରଜ୍ଜ୍ଵଳ ଆଲୋକ ବ୍ୟବସ୍ଥା କରାଯିବ । ପର୍ଯ୍ୟାୟକ୍ରମେ ସୁରକ୍ଷାବାଡ଼ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ। ଅଗଷ୍ଟ ୩୧ରେ ସ୍ନାୟଈଶାସନ ଦିବସ । ତା’ ପୂର୍ବରୁ କାମ ସାରିବା ଆଶା ରହିଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button