ଫୁଲୁଛି ଇନ୍ଦ୍ରାବତୀ ଜଳଭଣ୍ଡାର
ଫୁଲୁଛି ଇନ୍ଦ୍ରାବତୀ ଜଳଭଣ୍ଡାର
ନବରଙ୍ଗପୁର, ତା:27/7
ନବରଙ୍ଗପୁର ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଗତ ଜୁନ ୧ ତାରିଖ ଠାରୁ ଆଜିସୁଦ୍ଧା ୮୪୧.୨୦ ମିମି ବର୍ଷା ରେକର୍ଡ ହୋଇଛି । ଲଗାଣ ବର୍ଷା ଯୋଗୁଁ ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପରେ ଜଳ ଭଣ୍ଡାରର
ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସକାଳ ୮ଟା ସୁଦ୍ଧା ଜଳସ୍ତର
৩ণাণা. ৫০০ ମିଟରରେ ପହଞ୍ଚୁଛି। ଜଳଭଣ୍ଡାର ଜଳଧାରଣ କ୍ଷମତା ୬୪୨ ମିଟର ଥିବାବେଳେ ଜଳସ୍ତର କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ଗତବର୍ଷ ଜୁଲାଇ ୨୬ ତାରିଖ ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୨୭ ୪ ମିଟର ରହିଥିବା ବେଳେ ଚଳିତବର୍ଷ ୨୦ ୭୭ପ୍ରତିଶତ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ଡ୍ୟାମ ଗେଟ ଖୋଲାଯିବାର କୌଣସି ସମ୍ଭାବନା ନାହିଁ
ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ବର୍ଷା ପରିମାଣ ବୃଦ୍ଧି ପାଉଥିବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଜଳଭଣ୍ଡାର ଉପରେ ପ୍ରକଳ୍ପ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଛି ବୋଲି ଖାତିଗୁଡା ଅପର ଇନ୍ଦ୍ରାବତୀ ପ୍ରକଳ୍ପ ପୋଡ଼ାଗଡ଼ ଡ୍ୟାମ ଡିଭିଜନ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।