Education

ଇ କେ ଔସି ଇ କଣ୍ଟ ତିନି ମାସ ବଢିଲ। ଦାଖଲ କରିନ।ହ।ନୀ ହିତାଧିକାରି

ଇ-କେୱାଇସି କଣ୍ଟ ୩ ମାସ ବଢ଼ିଲା

ଦାଖଲ କରିନାହାନ୍ତି ନବରଙ୍ଗପୁରର ୯୬ହଜାର ହିତାଧିକାରୀ

ନବରଙ୍ଗପୁର, 27/7: ରାସନକାର୍ଡ ହାତେଇ ଇ-କେୱାଇସି ଦେଇନ‌ଥିବା ହିତାଧିକାରୀଙ୍କୁ ଆଉ ୩ ମାସର କଣ୍ଟ ଦେଇଛନ୍ତି ମନ୍ତ୍ରୀ । ଧାର୍ଯ୍ୟ ସମୟ ମଧ୍ୟରେ ତଥ୍ୟ ନ ଆସିଲେ ଭୂତକାର୍ଡ ଘୋଷଣା କରି ନୂତନ ହିତାଧିକାରୀଙ୍କୁ ପ୍ରଦାନ କରା‌ଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନବରଙ୍ଗପୁର ଗସ୍ତରେ ଆସି ମନ୍ତ୍ରୀ କହିଛନ୍ତି, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ମୋହନ ସରକାର ସମର୍ଥ ହୋଇଛି। ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବର୍ଷକୁ ୧୦ହଜାର ପ୍ରଦାନ ସହ ଶ୍ରୀକ୍ଷେତ୍ରର ଚାରିଦ୍ଵାର ଖୋଲିଲୁ । ଗତ ବର୍ଷକ ଧାନର ଏମଏସପି ୨୧୦୦ରୁ ୨୩୦୦କୁ ବୃଦ୍ଧି ସହ ବୋନସ୍ ବାବଦରେ ସରକାର ୮୦୦ ଟଙ୍କା ପ୍ରଦାନ କରିଛନ୍ତି । ପୂର୍ବରୁ ଖରିଫ୍‌ରେ ରାଜ୍ୟରେ ୫୮ଲକ୍ଷ ମେଟ୍ରିକ ଟନ୍

ଧାନ କିଣାଯାଉଥିଲା। ବିଜେପି ସରକାର ଗତ ଖରିଫରେ ୭୩ଲକ୍ଷ ୪୭ହଜାର ମେଟ୍ରିକ ଟନ୍ ଧାନ କିଣିଛି। ନବରଙ୍ଗପୁର ଜିଲ୍ଲାରେ ୩ଲକ୍ଷ ୫୦ହଜାର ମେଟ୍ରିକ ଟନ୍‌ ଧାନ କିଣାଯାଇଛି। ଜିଲ୍ଲାରେ ଏସ୍ଏସପି ବାବଦକୁ ୫୭୪କୋଟି ଓ ଇନପୁଟ ସହାୟତା ବାବାଦରେ ୨୦୦କୋଟି ମୋଟ ୭୭୪କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇଛି। ରବିରେ ଜିଲ୍ଲାର ୯୮୫ ଚାଷୀଙ୍କଠାରୁ ୭ହଜାର ମେଟ୍ରିକ ଟନ ଧାନ କିଣି ଏମଏସପି ବାବଦକୁ ୧୬କୋଟି ଓ ଇନପୁଟ ସହାୟତା ୬କୋଟି ଟଙ୍କା ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ୩ଲକ୍ଷ ୬୬ହଜାର ରାସନ କାର୍ଡଧାରୀ ରହିଛନ୍ତି | ଯେଉଁ ଗରିବ ହିତାଧିକାରୀ ରାସନ୍ କାର୍ଡ ପାଇ ନାହାନ୍ତି ସେମାନେ ପୁଣି ଥରେ ଅନଲାଇନ୍ ପୋର୍ଟାଲରେ ଆବେଦନ କରିବାକୁ ମନ୍ତ୍ରୀ କହିଥିଲେ । ଖରିଫ ମଣ୍ଡି

ପଞ୍ଜିକରଣ ଜୁଲାଇ ୧୯ରୁ ଆରମ୍ଭହୋଇ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବା କୌଣସି ଚାଷୀଙ୍କୁ ବାଦ୍ ଦିଆଯିବନାହିଁ| ଜମିର ଆର୍‌ଓଆର ବାପା କିମ୍ବା ଜେଜେଙ୍କ ନାଁରେ ଥିଲେ ସେମାନେ ସେଲପ୍ ଡିକ୍ଲାରେସନ୍ ଫର୍ମ ଦାଖଲ କରି ପଞ୍ଜିକରଣ କରିବେ ରାଇଘରର ସମସ୍ତ ଚାଷୀ ଏସ୍ଏସପି ଟଙ୍କା ପାଇସାରିଛନ୍ତି । ରବିବାର ରାଇଘରରେ ସବୁ ଚାଷୀଙ୍କୁ ବୋନସ୍ ଟଙ୍କା ମନ୍ତ୍ରୀ ବିତରଣ କରିବୋ ବିଳମ୍ବ ଓ ତ୍ରୁଟି ପାଇଁ ରାଇଘର ଲ୍ୟାମ୍ପସ ଶାଖା ପରିଚାଳକଙ୍କୁ ମନ୍ତ୍ରୀ ଦାୟୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରି ଦାଶ, ପୂର୍ବତନ ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ |

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button