Education

ଓଡ଼ିଶା ସାମ୍ବାଦିକ ମାନଙ୍କ ପେନସନ କେବେ ଲ।ଗୁ ହେବ

ଓଡ଼ିଶାରେ ସାମ୍ବାଦିକଙ୍କୁ ପେନସନ କେବେ

ବିହାର ସରକାର ସାମ୍ବାଦିକଙ୍କ ପେନସନ ୧୫ ହଜାର ଟଙ୍କାକୁ ବଢ଼ାଇଲେ

ମୃତ୍ୟୁ ପରେ ପରିବାର ପେନସନ ୩ ହଜାରରୁ ୧୦ ହଜାର ହେଲା

ପଶ୍ଚିମବଙ୍ଗ-ତାମିଲନାଡ଼ୁ-ହରିଆନା ଓ ଆସାମରେ ଦିଆଯାଉଛି

ମାସିକ ନୂଆଦିଲ୍ଲୀ,ତା27/7:ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱାଧୁନ ଏନଡିଏ ସରକାର ସାମ୍ବାଦିକମାନଙ୍କର ପେନସନ ୧୫ ହଜାର ଟଙ୍କାକୁ ବୃଦ୍ଧି । କରିଛନ୍ତି । ବିହାରରେ ଅଧୁସ୍ବୀକୃତିପ୍ରାପ୍ତ ସାମ୍ବାଦିକମାନେ ଏବେ ମାସିକ ୬ ହଜାର ଟଙ୍କା ପେନସନ ପାଇଛନ୍ତି । ତେବେ କନ୍ଧିତ ପେନସନ ତୁରନ୍ତ ଦେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷରେ ପରିବାର ପେନସନ ବା ସାମ୍ବାଦିକଙ୍କ ମୃତ୍ୟୁ ପରେ ପନ୍ତ୍ରୀ ଅବା ପତି ମାସିକ ୩ ହଜାର ଟଙ୍କା ପାଇଥିବାବେଳେ ଏହାକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଏ ସଂପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ବିହାର ସରକାର ସାମ୍ବାଦିକମାନ‌ଙ୍କ ଲାଗି ‘ବିହାର ପତ୍ରକାର ସମ୍ମାନ ପେନସନ ଯୋଜନା’ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ରରେ ପତ୍ରକାର ବା ସାମ୍ବାଦିକମାନଙ୍କର ଭୂମିକା ଗୁରୁକୃପୂର୍ଣ ଅଟେ । ସେମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ ଭାବରେ କାର୍ଯ୍ୟ କରନ୍ତି

ସାମାଜିକ ବିକାଶ କ୍ଷେତ୍ରରେ ସାମ୍ବାଦିକମାନଙ୍କର ଗୁରୁତ୍ବପୂର୍ଣ ଦାୟିତ୍ବ ରହିଥାଏ । ସାମ୍ବାଦିକମାନ‌ଙ୍କ ସୁବିଧା ଲାଗି ସରକାର ଆରମ୍ଭରୁ ଧ୍ୟାନ ରଖୁଛନ୍ତି । ପ୍ରତ୍ୟେକ ସାମ୍ବାଦିକ ନିରପେକ୍ଷ ଭାବରେ । ନିଜର ସାମ୍ବାଦିକତା କରିବା ଏବଂ ଅବସର ପରେ ) କିଭଳି ସୁସ୍ଥ ଜୀବନ ଯାପନ କରିବେ ସେଥ‌ିପାଇଁ ପାଇଁ ଏହି ଯୋଜନା କାର୍ଯ୍ୟ ର୍ଯ୍ୟକାରୀ ହୋଇଛି ।

ଉଲ୍ଲେଖ ଥାଉକି, କେବଳ ବିହାର ନୁହେଁ, ପଶ୍ଚିମବଙ୍ଗ, ତାମିଲନାଡୁ, ହରିଆନା ଓ ଆସାମ ସରକାର ମଧ୍ୟ ସାମ୍ବାଦିକମାନଙ୍କୁ ମାସିକ ପେନସନ ପ୍ରଦାନ କରୁଛନ୍ତି। ପା ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୂନ ତୃଣମୂଳ କଂଗ୍ରେସ ସରକାର ୨୦୧୮ ମସିହାରୁ ସାମ୍ବାଦିକମାନଙ୍କ ଲାଗି ପଶ୍ଚିମବଙ୍ଗ ପେନସନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଅବସର ପରେ ସାମ୍ବାଦିକଙ୍କୁ ମାସିକ ୨ ହଜାର ୫ଶହ ଟଙ୍କା ପେନସନ ଦିଆଯାଇଛି ।

ତାମିଲନାଡୁରେ ସେହିଭଳି ଏମକେ ଷ୍ଟାଲିନଙ୍କ

କେବଳ ବିହାର ନୁହେଁ, ପଶ୍ଚିମବଙ୍ଗ, ତାମିଲନାଡୁ, ହରିଆନା ଓ ଆସାମ ସରକାର ମଧ୍ୟ ସାମ୍ବାଦିକମାନଙ୍କୁ ମାସିକ ପେନସନ ପ୍ରଦାନ କରୁଛନ୍ତି ।

ନେତୃତ୍ୱାଧ୍ୱନ ଡିଏମକେ ସରକାର ମାସିକ ୪ ହଜାର ଟଙ୍କା ଲେଖାଏଁ ପେନ୍‌ସନ ସାମ୍ବାଦିକମାନଙ୍କୁ ପ୍ରଦାନ କରୁଛନ୍ତି । ୫୮ ବର୍ଷ ବୟସ ପରେ ସାମ୍ବାଦିକମାନେ ଏହି ପେନସନ ପାଉଛନ୍ତି । ହରିଆନାରେ ବିଜେପି ସରକାର ଅଧ୍ୱସ୍ବୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ମାସିକ ୧୦ ହଜାର ଟଙ୍କା ପେନସନ ପ୍ରଦାନ କରୁଛନ୍ତି । ୬୦ ବର୍ଷ ବୟସରେ ଅବସର ପରେ ଏହି ପେନସନ ଦିଆଯାଉଛି ।

ଆସାମରେ ବିଜେପି ସରକାର ସେହିଭଳି ମାସିକ ୮ ହଜାର ଟଙ୍କା ସାମ୍ବାଦିକ ପେନସନ ପ୍ରଦାନ କରୁଛନ୍ତି । ୨୦୧୬ ଜାନୁଆରୀ ୧ରୁ ଆସାମରେ ଏହା କାର୍ଯ୍ୟକାରୀ କରାଯାଇଛି। ଦୈନିକ, ପାକ୍ଷିକ, ସାପ୍ତାହିକ, ମାସିକ, ସାଂ ବିଭିନ୍ନ ଖବର ସରବ ବରାହ ସଂସ୍ଥା, ରେଡିଓ ଷ୍ଟେସନ ନ୍ୟୁଜ ଚାନେଲର ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ କରାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୂନ

ଯୋଜନାରେ ବିହାର ସର ସରକାରଙ୍କର ସାମ୍ବାଦିକ ପେନସନ ରେ ପରିମାଣ ବୃଦ୍ଧି ପରେ ଓଡ଼ିଶାରେ ସାମ୍ବାଦିକ ପେନସନ ଯୋଜନା କେବେ କାର୍ଯ୍ୟକାରୀ ହେବ ସେନେଇ ଦାବି ପୁଣି ହୋଇଛି। ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟ ମାଧ୍ୟମରେ ସରକାରଙ୍କ ନିକଟରେ ସାମ୍ବାଦିକମାନେ ଏହି ଦାବି ଉପସ୍ଥାପନ କରିଛନ୍ତି।

ପୂର୍ବରୁ ଓଡ଼ିଶାରେ ସାମ୍ବାଦିକଙ୍କୁ ପେନସନ ପ୍ରଦାନ ନେଇ ଦାବି ସହିତ ସରକାରଙ୍କର ପ୍ରକ୍ରିୟା ଆରମ୍ଭ ହୋଇଥିଲା। କଂଗ୍ରେସ ସରକାର ସମୟରେ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ କାର୍ଯ୍ୟକାଳରେ ପ୍ରସ୍ତାବକୁ ନେଇ ସରକାର ସମ୍ମତି ଦେଇଥୁଲା ବେଳେ ୨୦୦୪ରେ ନବୀନ ପଟ୍ଟନାୟକଙ୍କ ସରକାରରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଦେବାଶିଷ ନାଯଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା।

ସେହି କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ସରକାରଙ୍କୁ ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବାକୁ ସୁପାରିଶ କରିଥିଲା। କିନ୍ତୁ ତାହା ସରକାରୀ ନାଲିଫିତା ତଳେ ଅଟକିଗଲା। ପରବର୍ତ୍ତୀ ସମଯରେ ତତ୍କାଳୀନ ବିଜେଡି ସରକାରକୁ ବା ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ସାମ୍ବାଦିକମାନେ ବାରମ୍ବାର ଏନେଇ ଦାବିପତ୍ର ଦେଇଥିଲେ। ୨୦୧୩ ମସିହାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦ୍ବାରା ପେନସନ ଯୋଜନା ପାଇଁ ବଡ଼ ଧରଣର ଆନ୍ଦୋଳନ ହୋଇଥିଲା।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ-ତୃତୀୟ ମହଲା ସମ୍ମିଳନୀ କକ୍ଷରେ ସାମ୍ବାଦିକ ପ୍ରତିନିଧୁମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଲୋଚନା କରାଯାଇଥିଲା ଏବଂ କମିଟି ଗଠନ ହୋଇଥିଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ତୁରନ୍ତ ସାମ୍ବାଦିକମାନଙ୍କର ବିଭିନ୍ନ ବାବି ସଂପର୍କରେ

ନିଷ୍ପରି ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାହା ମଧ୍ୟ ନାଲିଫିତା ତଳେ ରହିଗଲା ।

୨୦୧୪ରେ ନିର୍ବାଚନ ସମୟରେ ସରକାର ଯଥାଶୀଘ୍ର ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୨୦୧୯ ନିର୍ବାଚନ ସମୟରେ ମଧ୍ୟ ସେହି ପ୍ରତିଶ୍ରୁତି ଦିଆଯାଇଥିଲା। ୨୦୨୪ରେ ବିରୋଧୀଦଳରେ ଥ‌ିବା ବିଜେପି ସାମ୍ବାଦିକ ପେନସନ ଲାଗି ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନରେ ପଟ୍ଟ ପରିବର୍ତ୍ତନ ହୋଇ ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କଲା ପରେ ପ୍ରତିଶ୍ରୁତି ଅନୁଯାୟୀ ସାମ୍ବାଦିକ ପେନସନ ଯୋଜନା ଲାଗୁ ହେବ ବୋଲି ଆଶା ଥିଲା।

ମୁଖ୍ୟମନ୍ତ୍ରୀ ମୋଳନ ଚରଣ ମାଝୀଙ୍କୁ ବାରମ୍ବାର ଏନେଇ ବିଭିନ୍ନ ସାମ୍ବାଦିକ ସଂଗଠନ ତଥା ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକମାନେ ଅବଗତ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସରକାର କୌଣସି ନିଷ୍ପରି ନେଇନାହାନ୍ତି । ସରକାରଙ୍କ ବର୍ଷ ପୂର୍ତି ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଖବରକାଗଜର ସଂପାଦକ ଓ ବରିଷ୍ଠ ସାମ୍ବାଦିକଙ୍କୁ ଡାକି ପ୍ରାୟ ଦୁଇ ଘଣ୍ଟା କାଳ ଆଲୋଚନା କାଳରେ ଏହି ପ୍ରସଙ୍ଗ ଉଠିଥିଲା ଏବଂ ଏହା ଉପରେ ତୁରନ୍ତ ନିଷ୍ପରି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏବେ ସମସ୍ତଙ୍କର ଅପେକ୍ଷା କେବେ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପରି ନେଉଛନ୍ତି ।

ପ୍ରକାଶ ଥାଉକି, ୨୦୧୩ ଆନ୍ଦୋଳନ ସମଯରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କର ମୁଖ୍ୟ ଦୁଇଟି ଦାବି ମଧ୍ୟରୁ ଗୋଟିଏ ପୂରଣ କରିଥିଲେ । ତାହା ପୂଜା ସାମ୍ବାଦିକମାନ‌ଙ୍କୁ ସ୍ବାସ୍ଥ୍ୟ ବୀମା ଭୁକ୍ତ କରାଇବା। ସେଥ‌ିଲାଗି ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରାଯାଇଥିଲା । ତାହା ଏବେ ବଳବତ୍ତର ରହିଛି। ତେବେ ପେନସନ ଦାଳିଟିକୁ ପରବର୍ତ୍ତୀ ସମୟରେ ପୂରଣ କରାଯିବ ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ । ତାହା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button