DIstrictEducationEntertainmentHealthNationOdisha

ଘରକୁ ଡାକି ସାଙ୍ଗର ବେକ କଟିଦେଲା ସାଙ୍ଗ

ଉଦଳା, ୨୬/୭ : ଦୋସ୍ତି ରେ ଲା ଲାଗିଲା ରକ୍ ରକ୍ତ ଛିଟା। ଘରକୁ ଡ଼ା କି ନେଲା ସାଙ୍ଗ, ଆଉ ବେକକୁ ହାଣି ଣି କରିଲା । ଉଠିଲ ହିଡ଼ରେ ଲହୁଲୁହାଣ I ହେଲେ ବଞ୍ଚୁ ଗଲା ସାଙ୍ଗ। ଏଭଳି ଘଟଣା ଘଟିଛି ଉଦଳା ଥାନା ରାଢୋ ଗ୍ରାମରେ । ସୁଚନା । ର ଅନୁସାରେ ରାଢୋ ଗ୍ରାମର ଯତୀନ୍ଦ୍ର ପାତ୍ର ଗତକାଲି ସନ୍ଧ୍ୟା ସମୟରେ ଘର ପାଖରେ ବସିଥିଲେ, ଏହି ସମୟରେ ଗ୍ରାମର ତାଙ୍କର ଜଣେ ସାଙ୍ଗ ଆସି ଯତୀନ୍ଦ୍ରକୁ ଡାକିଥିଲେ I ଯତୀନ୍ଦ୍ର ତାଙ୍କ ସହିତ ଯାଇଥିବା ବେଳେ ବିଲ ହିଡ଼ ନିକଟରେ ଅଚାନକ ଯତୀନ୍ଦ୍ରଙ୍କ ବେକକୁ ତାଙ୍କ ସାଙ୍ଗ ଧାରୁଆ ଅସ୍ତ୍ରରେ ହାଣିଥୁଲା । ହାଣି ବିଲରେ ଫୋପାଡ଼ି ଦେଇଥିଲା I ଏହାପରେ ଗୁରୁତର ଅବସ୍ଥାରେ ଯତୀନ୍ଦ୍ର ଲ ଭିତରେ ପଡ଼ି ସହିତ ଚିତ୍କାର କରିଥିଲେ I ଯାହାକି ପାଟି ଶୁଣି ଅନ୍ୟ ଲୋକ ଘଟଣାସ୍ଥଳରେ ପହଞ୍ଚିବା କାରଣରୁ ଆକ୍ରମଣକାରୀ ସାଙ୍ଗ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା I ଅନ୍ୟପଟେ ଗୁରୁତର ଅବସ୍ଥାରେ ଯତୀନ୍ଦ୍ରଙ୍କୁ ଗ୍ରାମର ଯୁବକ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ I ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥୁବା ବେଳେ ଅବସ୍ଥା ସଂକଟାପନ୍ନ ଥୁବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରା ଯାଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button