BusinessDistrictEducationHealthNationNawarangpurOdishaPolitics

ବିପଦସଙ୍କୁଳ ଭାବେ ରହୁଛନ୍ତି ୬ ମାସର ଶିଶୁ ସହ ୫ଜଣ

ଉମରକୋଟ, 26/7: ଉମରକୋଟରେ ୨ ଦିନ ହେବ ବର୍ଷା ଲାଗି ରହିଛି। ଏଥିରେ ୧୦ ନମ୍ବର ୱାର୍ଡ ଗୁଲିପାଟଣା ସାହିରେ ନନ୍ଦିନୀ ଗୌଡ଼ଙ୍କ ଘର ଭାଙ୍ଗିଯିବାରୁ ୬ ମାସର ଶିଶୁ ସମେତ ୫ ଜଣ ସଦସ୍ୟ ବିପଦସଙ୍କୁଳ ଅବସ୍ଥାରେ ଭଙ୍ଗାଘରେ ରହୁଛନ୍ତି।

ସୂଚନାନୁଯାୟୀ, ନନ୍ଦିନୀ ପର ଘରେ କାମ କରି ପରିବାର ଚଳାନ୍ତି । ବହୁ କଷ୍ଟରେ ମାଟି କାନ୍ଥରେ ଝିଙ୍କର ଘର ଟିଏ କରିଥିଲେ। ସ୍ବାମୀ, ୭ବର୍ଷର ଝିଅ, ୫ ବର୍ଷ ଓ ୬ ମାସର ପୁଅଙ୍କ ସହ ଉକ୍ତ ଘରେ ରୁହନ୍ତି।

ବର୍ଷାରେ ଭାଙ୍ଗିଲା ଘର

ପ୍ରଶାସନ ପକ୍ଷରୁ ମିଳିନି କୌଣସି ସହାୟତା

ଭୀଷଣ ବର୍ଷାରେ ନନ୍ଦିନୀଙ୍କ ଘରଟି ଭାଙ୍ଗିଯିବାରୁ ପରିବାରର ୫ ଜଣ ସଦସ୍ୟ ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି। ଘର ଭାଙ୍ଗିଯିବା ସମ୍ପର୍କରେ ପ୍ରଶାସନ ଅବଗତ ଥିଲେ ମଧ୍ଯ ଖବର ଲେଖାଯିବା ବେଳକୁ କୌଣସି ଅଧିକାରୀ କ୍ଷୟକ୍ଷତି ଆକଳନ ପାଇଁ ଆସି ନ ଥିଲେ। ଏପରି ଅବସ୍ଥାରେ ଅଛି କୌଣସି

ସମୟରେ ପୂରା ଘର ଭାଙ୍ଗିଯାଇପାରେ। ଏ ନେଇ ଉମରକୋଟ ତହସିଲଦାର ମେଘବାନ ବାଗଙ୍କୁ ପଚାରିବାରୁ ସୋମବର ନନ୍ଦିନୀଙ୍କୁ ଉମରକୋଟ ରାଜସ୍ୱ ନିରୀକ୍ଷକଙ୍କ ପାଖକୁ ପଠାଇବାକୁ ପରାମର୍ଶ ଦେଇଥିଲେ। ସରକାରୀ ଜମିରେ ଘର କରିଥିଲେ କେବଳ ଜରି ହିଁ ଦିଆଯାଇ ପାରିବ ବୋଲି ସେ କହିଛନ୍ତି। ତେବେ କରି ଖଣ୍ଡେ ପାଇଁ ସୋମବାରକୁ ଅପେକ୍ଷା କରିବା କେତେ ଯୁକ୍ତିଯୁକ୍ତ, ଏହା ମଧ୍ୟରେ ଯଦି ଘରଟି ଭୁଶୁଡ଼ି ପରିବାରର କୌଣସି ସଦସ୍ୟଙ୍କର କିଛି କ୍ଷତି ହୁଏ ତା’ହେଲେ କିଏ ଦାୟୀ ରହିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ନନ୍ଦିନୀଙ୍କ ଭଙ୍ଗାଘର।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button