BusinessDIstrictEducationEntertainmentNationOdishaPolitics

କେଏସୟୁବି କଲେଜରେ ନାରୀ ସୁରକ୍ଷା ସଚେତନତା

ଭଞ୍ଜନଗର,୨୫/୭: ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ସଂର୍ପକୀତ ଆଇନ ସମ୍ବନ୍ଧୀୟ ସଚେତନତା ଓ ନିବାରଣ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ କଲେଜରେ ଗଠିତ ହୋଇଥିବା ଅନ୍ତରୀଣ ଅଭିଯୋଗ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଅଳକା ମଞ୍ଜରୀ ପଟ୍ଟନାୟକ ଯୋଗଦେଇ ମହିଳା ମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ଓ ସେମାନଙ୍କ ସୁରକ୍ଷା ସଂର୍ପକୀତ ପୋଷ ଆଇନ ସଂର୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏଥିରେ ୟୁଜିସି ପକ୍ଷରୁ ଜାରି ନିୟମକୁ କଡାକଡି ପାଳନ କରିବା ସହ ଆଇସିସିର କାର୍ଯ୍ୟାଧାରକୁ ବାସ୍ତବ ରୂପାୟନ ନିମନ୍ତେ ଗୁରୁତ୍ବାରୋପ କରାଯାଇଥିଲା। କଲେଜରେ ଛାତ୍ରୀ ମାନେ ଅସୁରକ୍ଷିତ ମନେ କଲେ ତୁରନ୍ତ ଆଇସିସି,କଲେଜ କର୍ତ୍ତୁପକ୍ଷ,ପରିବାରବର୍ଗଙ୍କୁ ଜଣାଇବା ସହ ନିଜର ସୁରକ୍ଷା ପାଇଁ ଶକ୍ତ ହେବା ସହ ମନୋବଳ ଦୃଢ ରଖିବାକୁ କହିଥିଲେ। ଏଥିରେ ପ୍ରିଜାଇଡିଂ ଅଫିସର ତୃପ୍ତୀମୟୀ ଦାସ ପରିଚାଳନା କରିଥିବା ବେଳେ ସଦସ୍ୟା ଅଧ୍ୟାପିକା ସୁନୀତା ରାଣୀ ଖଣ୍ଡୁଆଳ,ସ୍ମରଣୀକା ପାଢୀ,ପି.ରୀନା ସୁବୁଦ୍ଧି,ଛାତ୍ରୀ ବର୍ଷାରାଣୀ ଜେନା,ସ୍ମୃତିଶିଖା ସାହୁ,ଲିଜା ଭୂୟାଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button