DIstrictEducationEntertainmentNationOdishaPolitics

ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

ଭଞ୍ଜନଗର,୨୫/୭ : ଭଞ୍ଜନଗର ଠାରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଭାର ଅଧିକାରୀ,ପୁଲିସ୍ ଅଧିକାରୀ,ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିଥିଲେ।

ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ଦିନ ରାମଧୁନ୍ ପରିବେଷଣରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପତାକା ଉତ୍ତୋଳନ ପରେ ଜେଲ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ ଏହି ଦିବସ ପାଳନ ହେବ। ଏହି ଅବସରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ପ୍ୟାରେଡରେ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ନେଇ ଆଲୋଚନା ହୋଇଥିଲା।

ପୂର୍ବରୁ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ସହ ବିଭିନ୍ନ କାର୍ଯ୍ୟାଳୟକୁ ସୁସଜ୍ଜିତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଖସଡା ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧକାରୀ ଡ଼.ଦୀପକ କୁମାର ମିଶ୍ର ଆଇନଶୃ୍ଙ୍ଖଳା ସଂର୍ପକରେ ସୂଚନା ଦେବା ସହ ଅତିରିକ୍ତ ତହସିଲଦାର ଅବିନାଶ ମାହାର,ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର,ଥାନାଧିକାରୀ ଜୀବନାନନ୍ଦ

ଜେନା,ସୁନୀଲ କୁମାର ପଟ୍ଟନାୟକ,ସୁଶାନ୍ତ ମହାପାତ୍ର,ଗୌରୀ ଶଙ୍କର ପାତ୍ର,ମୂରଲୀଧର ପଣ୍ଡା,ପ୍ରାକ୍ତନ ଏସଡିପିଆରଓ ଗୌରୀ ଶଙ୍କର ଶତପଥୀଙ୍କ ସମେତ ସମସ୍ତ ବିଭାଗର ସରକାରୀ ଅଧିକାରୀ,ଏନ୍ସସି ଅଧିକାରୀ,ବିଭିନ୍ନ ଅନୁଷ୍ଠାନର ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ସୂଚନା ଲୋକ ସମ୍ପର୍କ ବିଭାଗର ପଦ୍ମ ଚରଣ ନାୟକ ଓ ତାରିଣି ସାହୁ ସହଯୋଗ କରିଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button