DistrictEducationHealthKoraputNationOdishaPolitics

ଭୁବନେଶ୍ବର ରେ କାଶୀପୁର ଯୁବତୀଙ୍କ ମୃତ୍ଯୁ

ରାୟଗଡା,25/7:ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଗୋଟିଏ ଭଡ଼ାଘରୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ ବଡ଼ମାରିଭଟା ଗାଁର ଦିବ୍ୟାଙ୍ଗ ଯୁବତୀ ଅନୁପମା ନାୟକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ୨୩ବର୍ଷୀୟା ଅନୁପମା ମୂକ ଏବଂ ବଧିର ଥିଲେ । ଭୁବନେଶ୍ଵର ସ୍ଥିତ ଗୋଟିଏ ଘରୋଇ ଅନୁଷ୍ଠାନରେ ଆଇଟିଆଇ କରିବା ପରେ ତାଲିମ ନେଉଥିଲେ । ଝିଅର ମୃତ୍ୟୁକୁ ନେଇ ବାପା ଜୟଲାଲ ନାୟକ ଏତଲା ଦେଇଥିଲା ବେଳେ ଜଣେ ଯୁବକଙ୍କୁ ପରିବାର ଲୋକ ଦାୟୀ କରିଛନ୍ତି।

ଗତକାଲି ରାତି ପ୍ରାୟ ୯ଟାରେ ଝିଅ ଆତ୍ମହତ୍ୟା କରିଥିବା ନେଇ ପରିବାରକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ସୂଚନା ଦେଇଥିଲା। ଆଜି ସକାଳେ ପରିବାର ଲୋକ ଭୁବନେଶ୍ଵର ପହଞ୍ଚି ଡମଣା ସ୍ଥିତ ଭଡାଘରକୁ ଯାଇଥିଲେ। ଝିଅ ଆତ୍ମହତ୍ୟା କରିଥିବା ପରିବାର ଲୋକ ଗ୍ରହଣ

କରିପାରୁ ନାହାନ୍ତି । ଜୟଲାଲ କହିଛନ୍ତି, ୪ମାସ ହେଲା ଝିଅକୁ ଜଣେ ଯୁବକ ବାରମ୍ବାର ହତ୍ୟା ଧମକ ଦେଉଥିଲା। ତେଣୁ କାମ କରୁଥିବା ସ୍ଥାନ ଏବଂ ଭଡ଼ାଘରେ ତଦନ୍ତ କରିବାକୁ ପୁଲିସକୁ କହିଛନ୍ତି। ଝିଅକୁ ହତ୍ୟା କରାଯାଇଛି କିମ୍ବା ଅତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଥିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି। ଝିଅର ଲାପ୍‌ଟପ୍ ମଧ୍ୟ ଭଡାଘରେ ନଥିବା ଏତଲାରେ ଦର୍ଶାଇଛନ୍ତି। ଏହି ଖବର ପ୍ରଚାର ହେବାପରେ କାଶୀପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶବ ବ୍ୟବଛେଦ ପରେ ଅନୁପମାଙ୍କ ମୃତଦେହ କାଶୀପୁର ଅଣାଯାଉଥିବା ଜଣାପଡିଛି। ଚନ୍ଦ୍ରଶେଖରପୁର ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଝିଅର କିଛି ଫଟୋ ଭାଇରାଲ କରିଦେବ ବୋଲି ଉକ୍ତ ଯୁବକ ଧମକ ଦେଉଥିଲେ । ଏହି ବିଷୟରେ ଅନୁପମା ପରିବାରକୁ ଜଣାଇଥିଲେ ବୋଲି ସଂପର୍କୀୟ ଗଣମାଧ୍ୟମକୁ କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button