DIstrictEducationHealthMalkangiriNationOdishaPolitics

ଲଘୁଚାପ ବର୍ଷରେ ବେହାଲ ମାଲକାନଗିରି: ପ୍ରବଳ ବର୍ଷା ରେ ବୁଡିଗଲା କନ୍ୟାଶ୍ରମ ବ୍ରିଜ

ପଡିଆ ବ୍ଲକ କୁ ଯୋଗାଯୋଗ ବିଛିନ୍ନ

କାଲିମେଳା, 25.7 ସ୍ରୁଷ୍ଟି ହୋଇଥିବା ଲଘୁଚାପ ପାଇଁ ମାଲକାନଗିରି ଜିଲ୍ଲାରେ ଗତକାଲି ରାତିରୁ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ କାଲିମେଳା ରୁ ପଡିଆ ଯୋଗାଯୋଗ କରୁଥବା କନ୍ୟାଶ୍ରମ ପୋଲ ବୁଡ଼ିଯାଇଛି।I ସକାଳ 9 ଟା ସୁଦ୍ଧା ପୋଲ ଉପରେ ପାଖାପାଖି 2 ଫୁଟ ବନ୍ୟା ଜଳ ପ୍ରବାହିତ ହଉଥିବା ଦେଖିବାକୁ ମିଳିଛି । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତାୟାତକୁ ବନ୍ଦ କରାଯାଇଛି। ଜିଲ୍ଲାରେ ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ କନ୍ୟାଶ୍ରମ ପୋଲ ଉପରେ ଆଜି ସକାଳୁ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ବ୍ରିଜ ଉପରେ ପାଣି ପ୍ରବାହିତ ହେଉଥିବାରୁ ଉଭୟ ପଟରେ ଗାଡି ମୋଟର ଅଟକି ରହିଚି l ଏଥିସହ ଶିକ୍ଷୟିତ୍ରୀ ମାନେ ମଧ୍ୟ ବିଭିନ୍ନ ବିଦ୍ୟାଳୟକୁ ଯାଇ ପାରୁ ନ ଥିବା ଦେଖିବାକୁ ମିଳିଛି l ଧୀରେ ଧୀରେ ପାଣି ସ୍ତର ବୃଦ୍ଧି ପାଉଥିବା ବେଳେ ଏବେ ବି ଲଗାଣ ବର୍ଷା ଲାଗି ରହିଛି l ଫଳରେ ପଡିଆ ବ୍ଲକ କୁ ଯୋଗାଯୋଗ ବିଛିନ୍ନ ହୋଇଛି l ଏପରି ବର୍ଷା ଲାଗି ରହିଲେ ମାଲାକାନଗିରି ରୁ ମୋଟୁ ସଂଯୋଗ କରୁଥିବା 326 ନମ୍ବର ଜାତୀୟ ରାଜପଥ ର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି 90, ଏମଭି 96 ଠାରେ ଥିବା ତଳିଆ ବ୍ରିଜ ଗୁଡିକ ବୁଡି ଯିବାର ସମ୍ଭାବନା ଦେଖା ଦେଇଛି l ଲଗାଣ ବର୍ଷା ରେ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଚି l ଏଥିସହ କନ୍ୟାଶ୍ରମ ନଦୀ କୁଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି l

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button