DistrictEducationEntertainmentHealthNationNawarangpurOdisha

ବୁଲା ଗାଈଗୋରୁଙ୍କ ଉପଦ୍ରବ

ଡାବୁଗାଁ,25/7: ଡାବୁଗାଁରେ ଅପରାହ୍ନ ହେଲେ ବୁଲା ଗାଈଗୋରୁଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ବିଶେଷ କରି ତାରିଣୀ ମନ୍ଦିର ଛକ, ଦୈନିକ ବଜାର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଛକ ନିକଟରେ ଗୋରୁଙ୍କ ଭିଡ ଦେଖିବାକୁ ମିଳୁଛି ।
ଫଳରେ ସାଧାରଣଲୋକ, ଛାତ୍ରଛାତ୍ରୀ ଓ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରାହ୍ନରେ ଜନଗହଳି ହେଉଥିବା ବେଳେ ଏହି ସମୟରେ ଗାଈଗୋରୁ ରାସ୍ତାକୁ ଅବରୋଧ କରି ରଖୁଛନ୍ତି। ଯାହାଫଳରେ ରାସ୍ତା ଜାମ୍ ହେବା ସହ ଛୋଟମୋଟ ଦୁର୍ଘଟଣା ଘଟୁଛି|
ବର୍ତ୍ତମାନ ଚାଷ କାର୍ଯ୍ୟ ଆରମ୍ଭହୋଇଯାଇଥିବା ବେଳେ ଗାଈ ମାଲିକ କ୍ଷୀର ଦୁହିଁଲା ପରେ ବାହାରେ ଛାଡ଼ି ଦେଉଛନ୍ତି । ଏପରିକି ଗୋରୁଙ୍କ ଦୁର୍ଘଟଣା ଘଟିଲେ ସୁଦ୍ଧା ନେବାକୁ ଆସୁନାହାନ୍ତି। ଡଙ୍ଗରିଗୁଡ଼ା ଶିବ ମନ୍ଦିର ଛକରେ କିଛିଦିନ ତଳେ ଗୋଟିଏ ଗୋରୁର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିଲେ ସୁଦ୍ଧା କେହି ଆସିନଥିଲେ। ଶେଷରେ ସାହିବାସିନ୍ଦା ଚାନ୍ଦା କରି ଗୋରୁକୁ ପୋତିଥିଲେ। ପୂର୍ବରୁ ଡାବୁଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଗୋଟିଏ କାଞ୍ଜିଆ ହୁଦା ରହିଥିଲା। ଦୀର୍ଘ ଦିନ ହେଲା ତାହା ବନ୍ଦ ରହିଛି। ସେହିପରି ବୁଲା କୁକୁରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବ ହୋଇଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button