DIstrictEducationHealthNationOdishaRayagada

ଭରା ନଈ ପାଣିରେ ପ।ର ହେଲେ ଗର୍ବ ବତୀ

ଗୁଣପୁର,୨୪/୭ : ଗାଁକୁ ନାହିଁ ପକ୍କାର ଦ୍ଵାରାସ୍ତା। ବାଟରେ ପଡ଼ୁଥିମ୍ବା ନ‌ଦୀରେ ପ୍ରବାହିତ ହେଉଛି ବଢ଼ିପାଣି । ଆସିପାରିଲାନି ଆମ୍ବୁଲାନ୍ସ । ବିକଳ୍ପ ନ‌ଥୁବାରୁ ବାଧ୍ୟହୋଇ ଯନ୍ତ୍ରଣାରେ ଛଟପଟ ଜଣେ ଗର୍ଭବତୀଙ୍କୁ ଭରା ନଈ ପାରି କରାଯାଇଛି। ପରେ ଏକ ଅଟୋରେ ତାଙ୍କୁ ଡାକ୍ତରଖାନା ନିଆଯାଉଥିଲା। ବାଟରେ ଯନ୍ତ୍ରଣା କମିବାରୁ ପୁଣିଥରେ ସେଭଳି ଗାଁକୁ ଅଣାଯାଇଛି। ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକର ପେଣ୍ଡିଲି ପୟଚାୟ ୟଚାୟତର ପଞ୍ଚୁ ପାଣ୍ଡବ ଗାଁରେ।

ସୂଚନା ଅନୁଯାୟୀ, ପଞ୍ଚୁ ପାଣ୍ଡବ ଗାଁର ସନ୍ତୋଷ ଶବରଙ୍କ ପତ୍ନୀ ଯଶୋମତି (୨୪) ୭ ମାସର ଗର୍ଭବତୀ। ଆଜି ସକାଳେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ, ଗ୍ରାମବାସୀ ଓ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତରେ ତାଙ୍କୁ ମେଡିକାଲ ନେବାକୁ ପ୍ରସ୍ତୁତି ହୋଇଥିଲେ। ଗାଁକୁ ପକ୍କାରାସ୍ତା ନାହିଁ । ଲଗାଣ ବର୍ଷା ଯୋଗୁ ନିକଟରେ ଥିବା ପାହାଡ଼ି ନଦୀରେ ବଢ଼ିପାଣି ପ୍ରବାହିତ ହେଉଛି।

ଏଭଳି ସ୍ଥିତିରେ ଆମ୍ବୁଲାନ୍ସ ଆସିପାରିବନି। ଅନ୍ୟକୌଣସି SOR ନାହିଁ । ତେଣୁ ବାଧ୍ୟହୋଇ ଗ୍ରାମବାସୀଙ୍କ ସହାୟତାରେ ଅସନ୍ଧ୍ୟା ଯନ୍ତ୍ରଣାରେ ଯଶୋମତିଙ୍କୁ ନଈ ପାର କରାଯାଇଥିଲା। ପରେ ଅଟୋରେ ଗୁଡ଼ାରୀ ମେଡିକାଲକୁ ନିଆଯାଉଥିଲା। ବାଟରେ ଉର୍ଲକଣା ଛକ ନିକଟରେ ଯନ୍ତ୍ରଣା କମିବାରୁ କିଛି ସମୟ ସେଠାରେ ରହିବା ପରେ ପୁନର୍ବାର ତାଙ୍କୁ ଘରକୁ ଫେରାଇ ନିଆଯାଇଥିଲା।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button