DistrictEducationHealthNationNawarangpurOdishaPolitics

ଏମ୍ସରେ ପୀଡିତାଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ

ନବରଙ୍ଗପୁର, ୨୪ |୭: ଆପଭିଜନକ ଫଟୋ ଭାଇରାଲ ପରେ ରାଇଘର ଅଞ୍ଚର ଜଣେ ନସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ବୁଧବାର ତାଙ୍କୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ସେଠାରେ ପୀଡ଼ିତାଙ୍କ ଚିକିତ୍ସାରେ ଅବହେଳା କରାଯାଉଥୁବା ଗୁରୁବାର ନିଜ ବାସଭବନରେ ନବରଙ୍ଗପୁର ମାତୃ ଆଶ୍ରୟ ଆଶ୍ରମ ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ଏକ ଖବରଦାତା ସମ୍ମିଳନୀକରି ଅଭିଯୋଗ ଆଣିଛନ୍ତି। ଏମ୍ସରେ ପୀଡ଼ିତା ପହଞ୍ଚୁ ୧୨ ଘଣ୍ଟା ବିତିଲାଣି ତଥାପି ତାଙ୍କୁ ଉନ୍ନ‌ତ ମାନଗ ନର ଚିକିତ୍ସା କରାଯାଉନାହିଁ। ସାଧାରଣ ୱାର୍ଡରେ ରଖ୍ କେବଳ ସାଲାଇନ୍‌ ଦିଆଯାଇଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କର ଏକାକୀ ଅଙ୍ଗ ପ୍ରଭାବିତ ହୋଇଥିବା କାରଣରୁ ତାଙ୍କୁ ଫେରାଇ ନେଇଯିବାକୁ ପରିବାର ଲୋକଙ୍କ ଉପରେ ଚାପ ପକାଯାଉଛି ବୋଲି ସେ କହିଛନ୍ତି। ଭୁବନେଶ୍ବର ଏମ୍ସରେ ଯଦି ଉନ୍ନ‌ତମାନର ଚିକିତ୍ସା ମିଳିପାରୁନାହିଁ ତେବେ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସକୁ ପଠାଇବାକୁ ସେ ଦାବି କରିଛନ୍ତି। ବିନା କୌଣସି ଣସି ଚିକିତ୍ସା, ସ୍ବାସ୍ଥ୍ୟ ପରୀକ୍ଷାରେ ଯଦି ପୀଡ଼ିତାଙ୍କ ମୃତ୍ୟୁ ହେଲା ଏଥ୍ ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସେ ଚେତାବନୀ ଦେଇଛନ୍ତି । ପୀଡ଼ିତାଙ୍କ ନ୍ୟାୟ ପାଇଁ ଲଢ଼େଇ ହେବ ବୋଲି କାଦମ୍ବିନୀ ଚେତାବନୀ ଦେଇଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button