DIstrictEducationHealthKoraputNationOdisha

ହଜିବା ସ୍ୱାମୀକୁ ଖୋଜିବା ପାଇଁ ଆକୁଳ ନିବେଦନ ଦେଲେ ସ୍ତ୍ରୀ

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଉମେଲ ପଞ୍ଚାୟତ ଅନ୍ତର୍ଗତ ମେଡିପୁଟ ଗ୍ରାମର ୩୨ ବର୍ଷୀୟ ସୋମନାଥ ଜାନି ଗତ ମେ ୨୫ ତାରିଖରୁ ହଜିଯାଇଥିବା ଘଟଣାରେ ତାଙ୍କ ପରିବାର ଆକୁଳ ଅବସ୍ଥାରେ ଅଛନ୍ତି।

ସୋମନାଥଙ୍କ ସ୍ତ୍ରୀ ଓ ପିତା ବଳ ଜାନି ଅଭିଯୋଗ କରିଛନ୍ତି ଯେ ସୋମନାଥଙ୍କୁ କେହି ଅପହରଣ କରିଥିଲେ।ଏନେଇ ନନ୍ଦପୁର ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା, ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଜଣାଯାଇଛି।

କିନ୍ତୁ ଅଢେଇ ମାସ ବିତିଗଲା ବେଳେ ମଧ୍ୟ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ନ ମିଳିବାରୁ ପରିବାର ଅତିନ୍ତ ଚିନ୍ତାଗ୍ରସ୍ତ ଅବସ୍ଥାରେ ଅଛନ୍ତି ଘରେ ସୋମନାଥଙ୍କ ଗୋଟିଏ ପତ୍ନୀ, ଜଣେ ପୁଅ ଓ ଝିଅ ଅଛନ୍ତି। ଘରର ମୂଖ୍ୟ ଅର୍ଥଦାତା ନ ଥିବାରୁ ଦୈନନ୍ଦିନ ଜୀବନ ଚାଳନା କଷ୍ଟସାଧ୍ୟ ହୋଇପଡ଼ିଛି। ପତ୍ନୀଙ୍କ ଆଖିରୁ ଲୁହ ଶୁଖୁନାହିଁ, ସନ୍ତାନମାନେ ଓଡ଼ିଆ ଚଳଚ୍ଚିତ୍ର ଅନୁସାରେ “ବାପା ଆସିବେ” ବୋଲି ରାସ୍ତା ପାଖରେ ଅପେକ୍ଷା କରୁଛନ୍ତି।ଘଟଣା ସଂପର୍କରେ ବଳ ଜାନିଙ୍କ ଅଭିଯୋଗ ଅନୁଯାୟୀ, ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ଗ୍ରାମର ସସ୍ମିତା ପାଣି, ଜିତୁରୁ ଗୌଡ଼ ଓ ଦାସଗୌଡ଼ପୁଟ ଗ୍ରାମର ଶଙ୍କର ଖରା ମିଶି ସୋମନାଥଙ୍କୁ ଅପହରଣ କରିଥିବା ଅଭିଯୋଗ ଥିଲେ।

କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କୌଣସି ଗମ୍ଭୀର ପଦକ୍ଷେପ ନେଇନାହିଁ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ପରିବାର ଲୋକମାନେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି ଯେ ଏହି ଘଟଣାରେ ଗୁରୁତ୍ୱ ଦେଇ ସୋମନାଥଙ୍କୁ ଶୀଘ୍ର ଖୋଜି ବାହାର କରାଯାଉ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button