
ଚାଟୁଆ, ୨୪/୦୭: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡିଶା ସୀମାନ୍ତ ଅଞ୍ଚଳ ଚାଟୁଆ ଗ୍ରାମରେ ନୂତନ ପଞ୍ଚାୟତ ଗୃହ ଉଦ୍ଘାଟନ କରାଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗା ପ୍ରସାଦ ଧରା ଉପସ୍ଥିତ ଥିଲେ। ସେଠାରେ ଚାଟୁଆ ସରପଞ୍ଚ ମଣିମା, ନାଏବ ସରପଞ୍ଚ, ସମସ୍ତ ୱାର୍ଡ ସଦସ୍ୟ, ଅଞ୍ଚଳର ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ଉପସ୍ଥିତି ରହିଥିଲା।ଉଦ୍ଘାଟନ ପରେ ଚାରା ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଲା।
ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଲେ, “ପରିବେଶ ରକ୍ଷା ପାଇଁ ଚାରା ରୋପଣ ଅତ୍ୟନ୍ତ ଆବଶ୍ୟକ। ପଞ୍ଚାୟତ ଗୃହ ଗାଁର ଲୋକଙ୍କ ନିଜର ହକ ଓ ସୁବିଧା ପାଇଁ ଏକ ମୁଖ୍ୟ କେନ୍ଦ୍ର ହେବା ଉଚିତ।ସେ ଅଧିକ କହିଲେ,
ସୀମାନ୍ତ ଅଞ୍ଚଳରେ ସରକାରଙ୍କ ବିଭିନ୍ନ ଯୋଜନା ଲୋକମାନଙ୍କୁ କିପରି ଉପକୃତ କରିପାରିବ, ତାହା ପଞ୍ଚାୟତ ସ୍ତରରେ ସଚେତନତା ମାଧ୍ୟମରେ ଏଗିଯିବା ଆବଶ୍ୟକ।