DIstrictEducationHealthOdisha

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକ ଉଦ୍ଧାର ଘଟଣା ତଣ୍ଟି କାଟିଥ୍‌ଲା ସମ୍ପର୍କୀୟ ଶାଳୀ

କେନ୍ଦ୍ରାପଡ଼ା, 24/7: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚଣ୍ଡିଖୋଲ – ପାରାଦୀପ ରାସ୍ତାର ଛଘରିଆ ନିକଟରୁ ମଙ୍ଗଳବାର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା। ପୁଲିସ ଏହାର ରହସ୍ୟ ଖୋଲିଥିବାବେଳେ ଘଟଣାର ଖଳନାୟିକା ସମ୍ପର୍କୀୟ ଶାଳୀ (ପତ୍ନୀଙ୍କ ମାଉସା ଝିଅ ଭଉଣୀ) ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।

ପୁଲିସ ସୂତ୍ରରୁ ପ୍ରକାଶ, ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ସତ୍ୟଜିତ ଷଡ଼ଙ୍ଗୀଙ୍କ ପତ୍ନୀଙ୍କର ପୂର୍ବରୁ ମୃତ୍ୟୁ ଘଟିଥିଲା । ସତ୍ୟଜିତ ଦ୍ଵିତୀୟ ବିବାହ କରି ନ ଥିଲେ। ତାଙ୍କ ଏକଲା ପଣର ସୁଯୋଗ ନେଇଥିଲେ ତିରୋଲ ଅଞ୍ଚଳର ମାଉସୀ ଝିଅ ଭଉଣୀ । ସେ ତାକୁ ପ୍ରେମ ଜାଲରେ ଫସାଇଥିଲେ । ସତ୍ୟଜିତ କେବୁଲ ବ୍ୟବସାୟ କରୁଥିଲେ । କୌଣସି କାର୍ଯ୍ୟରେ ଉଭୟ କେନ୍ଦ୍ରାପଡ଼ା ଆସିଥିଲେ । କେନ୍ଦ୍ରାପଡ଼ାରୁ ଫେରିବା ବେଳେ ସମ୍ପର୍କୀୟ ଶାଳୀ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଫେରାର ହୋଇଯାଇଥିଲା। ରକ୍ତ କୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ସତ୍ୟଜିତଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ଜି କରିଥିଲେ ।

ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସଦର ଥାନାର ଜଣେ ଅଧିକାରୀ କହିଛନ୍ତି, ସମ୍ପୃକ୍ତ ଯୁବତାଙ୍କ ସହିତ ସତ୍ୟଜିତଙ୍କ ପ୍ରେମ ସମ୍ପର୍କ ଥିଲା I ତେବେ ଯୁବତୀଜଣକ ତାଙ୍କ ତଣ୍ଟି କାଟିବାର କାରଣ ଜଣାପଡ଼ିନାହିଁ । ତିର୍ତ୍ତୋଲସ୍ଥିତ ସମ୍ପୃକ୍ତ ଯୁବତାଙ୍କ ଘରେ କେନ୍ଦ୍ରାପଡ଼ା ସଦର ପୁଲିସ ଚଢ଼ଉ କରି ତାଙ୍କୁ ଜେରା କରିଛି । ତଣ୍ଟି କାଟିବାର ରହସ୍ୟ ଖୁବଶୀଘ୍ର ଜଣାପଡ଼ିଯିବ ବୋଲି ପୁଲିସ ଅଧିକାରୀ ଜଣକ କହିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button