BusinessDIstrictEducationEntertainmentHealthMalkangiriNationOdishaPolitics

ବିଶ୍ୱ ମୂଳନିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି

ମାଲକାନଗିରି,୨୩/୭: ମାଲକାନଗିରି, ବିଶ୍ୱ ମୂଳନିବାସୀ ଦିବସ ଉତ୍ସବ ଅଗଷ୍ଟ ୦୯ ରେ ଧୁମଧାମରେ ପାଳନ କରିବା ସକାଶେ ଆଜି ମାଲକାନଗିରି ସଦର କୁମୁଟିଗୁଡା ସ୍ଥିତ ଆଦିବାସୀ କମ୍ୟୁନିଟି ଗୃହରେ ଜିଲ୍ଲା ମୂଳନିବାସୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ଜାରାଶବର ମାଡି ଏଥିରେ ଅଧ୍ୟକ୍ଷତା କରିଥିଲେ। ଦେଶ ସ୍ଵାଧୀନ ହେଇକରି ୭୮ ବର୍ଷପରେ ମଧ୍ୟ ସ୍ଥାନୀୟ ମୂଳନିବାସୀମାନେ ସାମ୍ବିଧାନିକ ଅଧିକାର ଓ ଆତ୍ମ ସମ୍ମାନରୁ ବଞ୍ଚିତ। ତେଣୁକରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜମିଜମା ବିଷୟ, ଜୈବ ବିଭିଧାତା ଓ ବିସ୍ଥାପନ ସକାଶେ ଥଇଥାନ ପ୍ରଭୃତି ବିଷୟ ସମ୍ବନ୍ଧରେ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ସମ୍ବନ୍ଧରେ ଆଲୋଚନା ହୋଇଥିଲା।

ହାଟପଦା ଠାରୁ ବିଶାଳ ରାଳିରେ ପାରମ୍ପରିକ ବେଶଭୁଷା ଓ ନାଚଗୀତରେ ବାହାରି ବ୍ଲକ ପଡିଆରେ ପହଂଚିବା ପରେ ସଭାକର୍ଯ୍ୟ ଆରମ୍ଭ ହେବବୋଲି ସ୍ଥିର କରାଯାଇଛି। ଆଉମଧ୍ୟ ଜିଲ୍ଲା ମୂଳନିବାସୀ ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ସମ୍ପ୍ରସାରଣ କରାଯାଇଥିବା ସଭାପତି ଶ୍ରୀ ମାଡି ସୂଚନା ଦେଇଛନ୍ତି। ସର୍ବସମ୍ମତି କ୍ରମେ ଆଜି ସଭାରେ ଉପଦେଷ୍ଟା କମିଟିରେ ଶ୍ରୀନିବାସ ମୁଦୁଲି, ଉପ ସଭାପତି ଭାବେ ସର୍ବ କୁମାର ବିଶୋଇ, ସହ ସମ୍ପାଦକ ଇର୍ମା କୁରାମି, ସାଙ୍ଗଠନିକ ସମ୍ପାଦକ ରାଜେନ୍ଦ୍ର କୁଲଦୀପ ଓ ମିଡ଼ିଆ ସେଲର ସମ୍ପାଦକ ଭାବେ କେ. ଦେଶୀରାଜୁ ଆଚାରି କମିଟିରେ ସ୍ଥାନ ପାଇଛନ୍ତି। କ୍ରିୟାନୁଷ୍ଠାନ କମିଟିର ମାଲକାନଗିରି ବ୍ଲକ ସଭାପତି ଭାବେ ଭଗବାନ ସୀସା ଓ ସମ୍ପାଦକ କିଷାନ ଦୁରୁଆ, କୋରୁକୋଣ୍ଡା ବ୍ଳକର ସଭାପତି ଭାବେ ସୋମନାଥ ବାର୍ସେ ଓ ସମ୍ପାଦକ ରାଜେନ୍ଦ୍ର ପଲାସି, ଖଇରପୁଟ ବ୍ଲକର ସଭାପତି ଭାବେ ଜିତେନ୍ଦ୍ର ଖିଲ ଓ ସମ୍ପାଦକ ବିନୋଦ ମୁଦୁଲି ଏବଂ ମାଲକାନଗିରି ପୌର ପରିଷଦର ସଭାପତି ଭାବେ ଜାମକୁ ବାଘ ଓ ସମ୍ପାଦକ ଭାବେ ଜ୍ୟୋତିରଞ୍ଜନ ପାଣିଗ୍ରାହୀ ଚୟନ ହୋଇଛନ୍ତି। ସେହିପରି ଜିଲ୍ଲା ଯୁବ ମୂଳନିବାସୀ ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଭାବେ ସଞ୍ଜୟ କୁମାର ମାଡକାମୀ ଓ ମୁକା ମାଡ଼ିଙ୍କୁ ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଛି। ଆଜିର ଏ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କ୍ରିୟାନୁଷ୍ଠାନ କମିଟିର ସଭାପତି ଜାରାଶବର ମାଡି, ସାଧାରଣ ସମ୍ପାଦକ ହରିବନ୍ଧୁ ଗଲୋରୀ, ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ, ଉପ ସଭାପତି ଇର୍ମା ପଡ଼ିଆମୀ, ଘେନୁ ମୁଦୁଲି ଓ ମୁକ୍ତା ହନ୍ତାଳ, ଜିଲ୍ଲା ସଂଯୋଜକ ଡମ୍ବରୁ ବାଘ, କୋଷାଧ୍ୟକ୍ଷ କଣ୍ଟେଶ୍ୱର ପୋଟଲା, ଯୁଗ୍ମ ସମ୍ପାଦକ କୁମାର ଜାଲିଆ ସାଂଗଠନିକ ସମ୍ପାଦକ ସନାତନ କବାସୀ ଓ ପୂର୍ବତନ ଜିଲ୍ଲା ପରିଷଦ ଉପାଧକ୍ଷ୍ୟା ପୁଷ୍ପା କବାସୀ, ସୋମେସ ବାଘ ପ୍ରମୁଖ ଉପସ୍ଥିତ ଥିଲେ। ହରିବନ୍ଧୁ ଗଲୋରୀ ସଭା ପରିଚାଳନା କରିଥିଲେ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button