BusinessDIstrictEducationHealthKoraputNationOdishaPolitics

ଗୋଟିଏ କୋଠରୀରେ ପାଠ ପଢା, ପିଲାଙ୍କ ଭବିଷ୍ୟତ କୁ ନେଇ ଚିନ୍ତାରେ ଅଭିଭାବକ

ବନ୍ଧୁଗାଁ, ୨୪/୦୭: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ପଞ୍ଚାୟତ ଏଲଙ୍ଗାବାଲସା ଗାଁରେ ଗୋଟିଏ କୋଠରୀରେ ପାଠ ପଢା ଚାଲୁଛି। ୧୯୭୩ ମସିହାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇ ଥିଲା। ଦୀର୍ଘ ୫୨ ବର୍ଷ ହେଉଛି ପିଲାମାନେ ଗୋଟିଏ କୋଠରୀରେ ହିଁ ପାଠ ପଢି ଆସୁଛନ୍ତି। ଏହା ହେଉଛି ବନ୍ଧୁଗାଁ ବ୍ଲକ ଗୋଷ୍ଟି ଶିକ୍ଷା ବିଭାଗର ଜ୍ଵଲଜ୍ଵଳ ଦେଖା ଯାଉଥିବା ପାଠ ପଢାର ବିକଳ ଚିତ୍ର।

ପୁଣି ସ୍କୁଲରେ ଥିବା ପୁରୁଣା କୋଠରୀ ଓ ଋଷେଇ ଘର ବିପଦ ସଙ୍କୁଳ ଅବସ୍ଥାରେ ରହିଛି। କିଛି ବର୍ଷ ତଳେ ସ୍କୁଲ ପାଚେରୀ ନିର୍ମାଣ ପାଇଁ ଆସିଥିବା ବେଳେ ଠିକାଦାର ପାଚେରି ନ କରି ସ୍କୁଲର ନାମ ଫଳକ ବୋର୍ଡ ତିଆରି କରି ଶେଷ କରି ଦେଇଛନ୍ତି। ସ୍କୁଲ ଭିତରେ ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର ଥିବା ବେଳେ ତାହା ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଅଳ୍ପ ଦିନ ତଳେ ଅଙ୍ଗନୱାଡ଼ି କେନ୍ଦ୍ର କୁ ମରାମତି କରି ଥିଲେ ମଧ୍ୟ ପାଣି ଗୋଳୁ ଥିବା ଦେଖିବାକୁ ମିଳିଛି। ପ୍ରଥମ ରୁ ୫ ମ ଶ୍ରେଣୀର ୪୦ ଜଣ ଛାତ୍ରଛାତ୍ରୀ ପାଠ ପଢା ପାଇଁ ଗୋଟିଏ କୋଠରୀରେ , ସେହି କୋଠରୀରେ ପ୍ରଧାନ ଶିକ୍ଷକଙ୍କ ଅଫିସ କାମ, ପିଲାଙ୍କ ଖାଦ୍ୟ ସାମଗ୍ରୀ ରହିବା, ପିଲାଙ୍କ ପାଠ ପଢା ସାମଗ୍ରୀ ରହିବା ଓ ଦୁଇ ଜଣ ଶିକ୍ଷକ ବସି ପାଠ ପଢ଼ାଇବା ମଧ୍ୟ ନିଅଣ୍ଟ ହେଉଛି।

ପାଚେରୀ ନ ଥିବାରୁ ଗାଁ ଲୋକେ ସ୍କୁଲ କାନ୍ଥ କୁ ଲାଗି ଝାଡ଼ା ଫେରୁ ଛନ୍ତି, ପୁଣି ଛେଳି ଗୁଡିକ ସ୍କୁଲ ବାରଣ୍ଡାରେ ରାତିରେ ରହୁଛନ୍ତି। ସକାଳେ ପିଲା ସ୍କୁଲକୁ ଆସିବା ପରେ ଦୁର୍ଗନ୍ଧ ପୁଣି ଛେଳି ମୋଳ ମୂତ୍ର ସଫା ସୁତରା କରି ପିଲା ବସୁ ଛନ୍ତି। ଏହି ସବୁ ସମସ୍ୟା କୁ ନେଇ ପ୍ରଧାନ ଶିକ୍ଷକ ପରୀକ୍ଷିତ ଦାସ ସ୍ଥାନୀୟ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିବା ଜଣାଇଛନ୍ତି। ସରକାର ପିଲାଙ୍କ ପାଠ ପଢା ପ୍ରତି ଅଧିକ ଧ୍ୟାନ ଦେଇ ଗାଁ ସ୍କୁଲ ପାଇଁ ଆବଶ୍ୟକ କୋଠରୀ ଓ ପାଚେରୀ ନିର୍ମାଣ କରିବା ବ୍ୟବସ୍ଥା କରିବା ସହିତ ବିପଦ ସଙ୍କୁଳ ଅବସ୍ଥାରେ ଥିବା କୋଠରୀ ଭାଙ୍ଗିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button