BusinessDIstrictEducationEntertainmentHealthNationOdishaPolitics

ଭଞ୍ଜନଗର କାନାରା ବ୍ୟାଙ୍କର ଗ୍ରାହକ ସେବା ବୈଠକ

ଭଞ୍ଜନଗର,୨୩/୭ : ଭଞ୍ଜନଗର ବେଲଗୁଣ୍ଠା ରୋଡ଼ରେ ଥିବା କାନାରା ବ୍ୟାଙ୍କର ଗ୍ରାହକ ସେବା ବୈଠକ ମଙ୍ଗଳବାର ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବ୍ୟାଙ୍କର ପ୍ରଥମ ଗ୍ରାହକ ତଥା ବରିଷ୍ଠ ସାମ୍ବାଦିକ ମାଗୁଣି ମିଶ୍ର ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ବ୍ୟାଙ୍କ ଶାଖା ପରିଚାଳକ ଜୟକୃଷ୍ଣ ବେହେରାଙ୍କ ସମେତ ସହକାରୀ ଶାଖା ପରିଚାଳିକା ରଶ୍ମି ରେଖା

ବେହେରା, କୋଷାଧକ୍ଷ ଦେବାନନ୍ଦ ବେହେରାଦଳାଇ ଓ ଅନ୍ୟାନ୍ୟ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ। ଗ୍ରାହକ ମାନଙ୍କୁ କୋଷାଧକ୍ଷ ଓସହକାରୀ ଶାଖା ପରିଚାଳିକା ବ୍ୟାଙ୍କର ବିଭିନ୍ନ ସେବା ଯଥା ସ୍ବର୍ଣ୍ଣ ଋଣ, କୃଷି ଋଣ, ଗୃହ ଋଣ ସ୍ଥାୟୀ ଜମି, ନଗଦ ଜମା,ଲକର ସୁବିଧା ଇତ୍ୟାଦି ସମସ୍ତ ବିଷୟରେ ଗ୍ରାହକ ମାନଙ୍କୁ ସବିଶେଷ ବିବରଣୀ ପ୍ରଦାନ କରି ସନ୍ଦେହ ମୋଚନ କରିଥିଲେ।

ଗ୍ରାହକ ମାନଙ୍କ ମଧ୍ୟରେ ବୁଲୁ ପାଳ, ଗୋପାଳ ଚନ୍ଦ୍ର ଦାସ, ରାଜେନ୍ଦ୍ର ପଣ୍ଡା, ମଧୁସୂଦନ ସ୍ୱାଇଁ, ସତ୍ୟନାରାୟଣ ପଣ୍ଡା, ଗାନ୍ଧୀ ବିଶ୍ୱାଳ, ସୁଶାନ୍ତ କୁମାର ଭୋଳ, ରମେଶ ମେଦିନି ରାୟ, ପ୍ରସନ୍ନ କୁମାର ସେଠୀ, ରଙ୍କନିଧି ସେଠୀ, ଶଙ୍କର ପ୍ରଧାନ, ବିକ୍ରମ ସାମଲ, କିଶୋର ବେହେରା ଓ କେତେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ବ୍ୟାଙ୍କର କୋଷାଧକ୍ଷ ସମସଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button