
ସେମିଲିଗୁଡା, ୨୩/୦୭: ଲୋକ ଵିକାଶ ମଞ୍ଚ ପକ୍ଷ୍ୟରୁ କୋରାପୁଟ ଜିଲ୍ଲା ଅନ୍ତର୍ଗତ ସେମିଲିଗୁଡା ବ୍ଲକ ରେ ଗ୍ରୀଷ୍ମ ଛୁଟିରେ ଛାତ୍ର ଛାତ୍ରୀ ମାନେ ପାଠପୁସ୍ତକ ସହିତ ଜଡିତ ରହିବା ପାଇଁ ସେମିଲିଗୁଡା ବ୍ଲକର ୧୫ ଗୋଟି ପଞ୍ଚାୟତର ୭୫ଗୋଟି ଗ୍ରାମରେ ୯୩ ଜଣ ସ୍ୱେଚ୍ଛାସେବୀ ଶିକ୍ଷକ ମାନଙ୍କୁ ଲୋକ ଵିକାଶ ମଞ୍ଚ ପକ୍ଷ୍ୟରୁ ନିଯୁକ୍ତି କରାଯାଇ ଥିଲା |
ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରୀଷ୍ମ କାଳୀନ ଛୁଟି ସମୟରେ ପିଲା ମାନଙ୍କୁ ପାଠ ପଡ଼େଇବେ, ଏବଂ ପିଲାମାନଙ୍କ ଶ୍ରେଣୀର ସ୍ତର ଅନୁଯାୟୀ ପଠନ-ଲିଖନ ଏବଂ ମୌଳିକ ଗଣିତ ଦକ୍ଷତାକୁ ମଜବୁତ କରିବେ, ଏଣୁ ସ୍ଵେଛା ସେବୀ ମାନେ ୪୫ଦିନ Camal ka camps” ମାଧ୍ୟମରେ ପିଲା ମାନଙ୍କୁ ପାଠ ପଡେଇ ଥିବାରୁ ଆଜି ଲୋକ ଵିକାଶ ମଞ୍ଚ ପକ୍ଷ ରୁ ଏକ ମାନପତ୍ର ପ୍ରଦାନ କରାଗଲା ଏବଂ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ସମିତି ସଭ୍ୟ ସଭ୍ୟା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜଗନାଥ ହନ୍ତlଲ ଏବଂ ଅନ୍ୟ ଅତିଥି ସେମିଲିଗୁଡା ବ୍ଲକ ସାମ୍ବାଦିକ ସଂଘ ସଭାପତି ଶ୍ରୀଯୁକ୍ତ ଅଜୟ ସାହୁ,
ଲୋକ ଵିକାଶ ମଞ୍ଚ ସେମିଲିଗୁଡା ବ୍ଲକ ଉପସଭାପତି ଶ୍ରୀ ହରିଶ ହନ୍ତlଲ, ଓ ରାଜ୍ୟ ସ୍ତରୀୟ ସଂଗଠନ ଓଡିଶା ଶ୍ରମ ଜୀବି ମଞ୍ଚ ପକ୍ଷ୍ୟ ରୁ ଶ୍ରୀଯୁକ୍ତ ପଞ୍ଚାନନ ପ୍ରଧାନ ଏବଂ ଲୋକ ଵିକାଶ ମଞ୍ଚ ସଂଗଠନର ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଶ୍ରୀଯୁକ୍ତ କୃଷ୍ଣ ଖିଲ ମଞ୍ଚ ପରିଚାଳନା କରିଥିଲେ ଏବଂ ଜିଲ୍ଲାର ଶିକ୍ଷାର ସ୍ତିତି ଉପରେ ଆଲୋଚନା କରିଥିଲେ ପୁଣି କର୍ମ ସଭା ସାଙ୍ଗ କରିଥିଲେ|