DIstrictEducationHealthNationOdishaPolitics

ଅବସରପ୍ରାପ୍ତ କର୍ମଚାରୀ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର

ଭଞ୍ଜନଗର,୨୨/୭: ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସଭାପତି ବିଭୂତି ଭୂଷଣ ଜେନା, ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ, କୋଷାଧକ୍ଷ ସୁବାସ ଚନ୍ଦ୍ର ତାରିଣୀ, ସନ୍ତୋଷ ଜେନା ଓ କବିରାଜ ପୋଲେଇ ପ୍ରମୁଖ ଭେଟି ୪ ଶହରୁ ଅଧିକ ବୟସ୍କ ସଦସ୍ୟଙ୍କ ଅଭାବ, ଅସୁବିଧା, ସମସ୍ୟା, ସଂର୍ପକରେ ଅବଗତ କରାଯିବା ସହ ସଭା ସମିତି,ଚିତ୍ତ ବିନୋଦନ ପାଇଁ ସଂଘର ଏକ ଘର ନିର୍ମାଣ ପାଇଁ ଜାଗା ଦେବାକୁ ଅନୁରୋଧ କରିଛନ୍ତି।

ଏସଂର୍ପକରେ ଉପଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରକାଶ କରିଥିବା ସଦସ୍ୟ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଜାଗା କ୍ରୟ କରି ସଂଘ ପକ୍ଷରୁ ଘର ନିର୍ମାଣ ଏକ ପ୍ରକାର ଅସମ୍ଭବ ହୋଇଥିବାରୁ ନୂତନ ଘର ନିର୍ମାଣ ସକାଶେ ଏକ ସରକାରୀ ଜାଗା ପ୍ରଦାନ କରିବା ସହ ପୂର୍ବରୁ ହୋଇଥିବା ଆଲୋଚନା ସଂର୍ପକରେ ମଧ୍ୟ ସଦସ୍ୟ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆର୍କଷଣ କରିଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button