BusinessDIstrictEducationEntertainmentHealthNationOdisha

ଗମ୍ଭାରିଗୋଚ୍ଛା ରେ ଝାଡାବାନ୍ତିର ସ୍ଥିତି ଅନୁଧ୍ୟାନ କଲେ ଉପଜିଲ୍ଲାପାଳ

ଭଞ୍ଜନଗର,୨୨/୭ : ଭଞ୍ଜନଗର ବ୍ଳକ ସାନକୋଦଣ୍ଡା ପଞ୍ଚାୟତର ଗମ୍ଭାରିଗୋଚ୍ଛା ଗ୍ରାମରେ ଝାଡାବାନ୍ତିରେ ଗତ ସପ୍ତାହରେ ୨ ଜଣ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଥିଲା। ଏଥିସହ ଜଣକ ପରିବାରର ୩ ଜଣକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି। ଏଥିସହ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ପ୍ରଶାସନିକ ଅଧିକାରୀଙ୍କ ସହ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମରେ ଥିବା ସୋଲାର ପିଇବା ପାଣି ପ୍ରକଳ୍ପ ବୁଲି ଦେଖିଥିଲେ। ଏଥିସହ ମୃତକ ଦଣ୍ଡାସୀ ସାହୁ ଓ ପାଣୁ ଗୌଡଙ୍କ ପରିବାର ଲୋକଙ୍କ ସହ ଏସଂର୍ପକରେ ଆଲୋଚନା କରିବା ସହ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଲେଖାଏଁ ସହାୟତା ପ୍ରଦାନ କରିଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ଏହି ସମୟରେ ବିଡିଓ ଭାରତୀ ଦେବୀ,ଅତିରିକ୍ତ ତହସିଲଦାର ଅବିନାଶ ମାହାର,ଆରଡ଼ବ୍ଳୁଏସ୍ଏସ ସହକାରୀ ଯନ୍ତ୍ରୀ ଇଂ ନିହାର ରଞ୍ଜନ ସ୍ବାଇଁ,ବ୍ଳକ ସହକାରୀ ଯନ୍ତ୍ରୀ ଇଂ ନିତ୍ୟାନନ୍ଦ ପାତ୍ରଙ୍କ ସମେତ ସରପଞ୍ଚ ଲକ୍ଷ୍ମଣ ନାଇକ,ଏଏନ୍ଏମ୍ ଗିରିଜା କର ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିସହ ଜଳ ଯୋଗାଣ ପ୍ରକଳ୍ପ ଗୁଡିକର ନିୟମିତ ସଫେଇ କରିବା ସହ ବିଭିନ୍ନ ସ୍ଥାନିରେ ବ୍ଳିଚିଂ ପକାଇବା ସହ ବିଶୋଧନ କରିବାକୁ କହିଥିଲେ। ସୁରକ୍ଷିତ ରହିବା ପାଇଁ ସମସ୍ତ ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ବାରିପଟେ ଥିବା ଏକ କୂଅ ପାଣି ପ୍ରଦୂଷିତ ହୋଇ ଏଭଳି ଗୋଟିଏ ଦୁଇଟି ପରିବାର ଆକ୍ରାନ୍ତ ହୋଇଥିବା ପ୍ରାଥମିକ ସ୍ତରରେ ଅନୁମାନ କରାଯାଉଥିବା ବେଳେ ଏହି ସମୟରେ ପାଣି ଫୁଟାଇ ବ୍ୟବହାର କରିବା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ଔଷଧ ପରାମର୍ଶ ଅନୁଯାୟୀ ଖାଇବାକୁ କହିଥିଲେ। ଏହି ଗ୍ରାମରୁ ଆଉ ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ମଧ୍ୟ ସର୍ତ୍ତକତା ଅବଲମ୍ବନ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button