
ସୁନାବେଡା, ୬ ଜୁଲାଇ ୨୦୨୫ – ସୁନାବେଡା ମୁନିସିପାଲିଟିର D2 ଷ୍ଟାଲ୍ ଅଞ୍ଚଳରେ ଗତ ରାତିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଲା। ସ୍ଥାନୀୟ ଛୋଟ ବ୍ୟବସାୟୀ *ଶ୍ରୀ ସହଦେବ ସେଠୀ*ଙ୍କର ଛୋଟ ଦୋକାନ ଗୋଟିଏ ଶଟ୍ ସର୍କିଟ୍ରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିଲା।
ଏହି ଆଗରେ ସେ ତାଙ୍କର ସମସ୍ତ ଜମାପୂଞ୍ଜି, ବ୍ୟବସାୟ ସାମଗ୍ରୀ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଓ ଆଶା-ଭବିଷ୍ୟତ ସହିତ ସମସ୍ତ କିଛି ହରାଇଛନ୍ତି। ଶ୍ରୀ ସେଠୀ ଏହି ଛୋଟ ଦୋକାନ ଦ୍ୱାରା ତାଙ୍କ ପରିବାର ପାଳନ କରୁଥିଲେ। ଏବେ ସେ ପରିବାର ସହିତ ଗଭୀର ଅସୁବିଧାରେ ଅଛନ୍ତି।
ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ତାଙ୍କୁ କିଛି ସାହାଯ୍ୟ ମିଳିଲେ ସେ ପୁଣିଥରେ ନିଜ ପରିବାର ପାଇଁ ଦଢ଼ିଁ ହୋଇ ଉଠିପାରିବେ। ଏହି ସହାଯ୍ୟ ପାଇଁ ସେ ମୁଖ୍ୟମନ୍ତ୍ରୀ ରେଲାଫ୍ ଫଣ୍ଡର ସାହାଯ୍ଯ ଆଶା କରୁଛନ୍ତି।*
ସ୍ଥାନୀୟ ଲୋକମାନେ ଏହି ଘଟଣାରେ ଭାଗ ନେଇ ଶ୍ରୀ ସେଠୀଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି, ତେବେ ସରକାରୀ ସହଯୋଗ ଏବଂ ପ୍ରଶାସନର ହସ୍ତକ୍ଷେପ ଆବଶ୍ୟକ।